Tuesday, August 23, 2022
Homeମୋ ଦଳ" ତରଫରୁ ମାଲକାନଗିରିରେ ପ୍ରଥମ ବୈଠକ ...............................................................

ମୋ ଦଳ" ତରଫରୁ ମାଲକାନଗିରିରେ ପ୍ରଥମ ବୈଠକ ...............................................................

ମାଲକାନଗିରି । ତା:10/10/23
ନବନିର୍ମାଣ ସ୍ବରାଜ ସରକାର ପ୍ରତିଷ୍ଠା ପାଇଁ "ମୋ ଦଳ"ର ମାଲକାନଗିରି ସଦରମହକୁମା ସ୍ଥିତ ହାଟପଦା ଶିବ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଗୋପାଳ ମଣ୍ଡଳ ସଭାପତିତ୍ବ କରିଥିଲା ବେଳେ "ମୋ ଦଳ"ର ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ ଯୋଗଦେଇ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଲେ ଯେ,ସ୍ବାଧୀନତା ୭୭ ବର୍ଷ ପରେ ସାଧାରଣ ଲୋକ ର କଥା କହିବାର ଅଧିକାର  ନାହିଁ ।ଏଠି  ଇଂରେଜ ସରକାର ଠାରୁ ବଳିଯାଇଛି ଶାସନ ପଦ୍ଧତି। ଗୋଟିଏ ପଟେ ଧନୀ ଧନୀ ହେଉଥିବା ବେଳେ ଗରିବ ଗରିବ ହୋଇଛି। ରାଜ୍ୟରେ ପ୍ରାକୃତିକ ସଂପଦରେ ସାତଟି ଜିନିଷରେ ଏକନମ୍ବର ଥିଲା ବେଳେ ଓଡ଼ିଶା ରାଜ୍ୟରୁ ଚାଳିଶି ଲକ୍ଷ ଓଡ଼ିଆ ଯୁବକ ଦାଦନ ଖଟିବାକୁ ସୁରଟ,ବମ୍ବେ, ଦିଲ୍ଲୀ ଆଦି ଅଞ୍ଚଳକୁ ସୁଅ ଛୁଟୁଛି।ଏଠାରେ ଶିଳ୍ପ ଅଛି ନା କୃଷି ଅଛି।ରାତି ପାହିଲେ ମାଛ, ଅଣ୍ଡା,କଦଳୀ,ଫୁଲ,ଗହମ,ତେଲ,ପିଆଜ, ରସୁଣ,ଆଳୁ ଇତ୍ୟାଦି ସବୁ ଜିନିଷ ଅନ୍ୟ ରାଜ୍ୟ ଉପରେ ନିର୍ଭର କରି ଚଳୁଛି।ଏଠାରେ ଛୁଞ୍ଚି ଗଢିବା ପାଇଁ କାରଖାନା ଟିଏ ମଧ୍ୟ ନାହିଁ। ସେଥିପାଇଁ ରାଜ୍ୟ ର ପ୍ରମୁଖ ସଂଗଠନ ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୧୩ ବର୍ଷ ହେବ ପ୍ରତ୍ୟେକ ଚାଷୀ ପରିବାରକୁ ମାସିକ ୫୦୦୦ ଟଙ୍କା, ଧାନ କୁଣ୍ଟାଲ ୫୦୦୦ ଟଙ୍କା,ବୁଢ଼ା ବୁଢ଼ି ଭତ୍ତା ୨୦୦୦ ଟଙ୍କା ଓ ସମ୍ମାନ ପାଇଁ ଲଢାଇ ଜାରି ରଖିଛି।ଏହି ଦାବିକୁ ନେଇ ରାଜ୍ୟ ସରକାର ବା କେନ୍ଦ୍ର ସରକାର ପାଖରେ ବାରମ୍ବାର ଲକ୍ଷାଧିକ ଲୋକ ରାଜ ରାସ୍ତା ରେ ବସିଛନ୍ତି। କିନ୍ତୁ ସରକାର ନିରବ ଏବଂ ବିରୋଧୀ ଦଳ ନିରବ।ଅନ୍ୟ ପଟେ ଆନ୍ଦୋଳନ କୁ ଦମନ କରିବାକୁ ଯାଇ ପୋଲିସ ଲଗାଇ ଭଣ୍ଡୁର କରିବାକୁ ଚେଷ୍ଟା କରିଛି।ବୁଢ଼ା ବୁଢ଼ି ଭତ୍ତା ବିଭିନ୍ନ ରାଜ୍ୟରେ ଦୁଇରୁ ତିନି ହଜାର ଟଙ୍କା 
 ହୋଇଥିଲା ବେଳେ ଆମେ କାହିଁକି ୫୦୦ ଟଙ୍କା ନେବୁ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।"ମୋ ଦଳ" ଆସିଲେ ଓଡ଼ିଶାର ପ୍ରତେକ ଚାଷୀ ପରିବାରକୁ ମାସିକ ୫୦୦୦ ଟଙ୍କା, ଧାନ କୁଣ୍ଟାଲ ପିଛା ୩୫୦୦ ଟଙ୍କା, ବୁଢ଼ା ବୁଢ଼ି ଭତ୍ତା ୨୦୦୦ ଟଙ୍କା କରିବା ମୋ ଦଳ ସଂକଳ୍ପ ବଦ୍ଧ। ନବୀନ ସରକାର ୨୩ ବର୍ଷରସ୍ଲୋଗାନଚାଷୀବିକାଶ,ମହିଳାସଶକ୍ତିକରଣ,ବେରୋଜଗାର  ମୁକ୍ତ ଆଜି ଧୂଆଁ ବାଣ ସାଜିଛି । ରାଜ୍ୟ ରେ ମାଧବୀଲତା,ମମତା, କୁନ୍ଦୁଲି ଘଟଣା ଅନେକ ଘଟିଚାଲିଛି ।କିନ୍ତୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ। ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ଦଳ ଭିତରେ କିମ୍ବା ବାହାରେ ଯିଏ କଥା କହିଲେ ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରି ଆଇନ ରେ ଛନ୍ଦି ଦିଆଯାଉଛି । ଉଦାହରଣ ସ୍ୱରୂପ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭାରତୀ ସିଂ । ଭାରତୀ ସିଂ ପାଣ୍ଡିଆ କଥା ସତ ଖୋଲିବାରୁ ଚାକିରୀ ରୁ ହାତ ଧୋଇବାକୁ ପଡ଼ିଲା। ରାଜ୍ୟ ରେ ଆଦିବାସୀ, ମହିଳା, ଯୁବକ , ଚାଷୀ କେହି ସୁରକ୍ଷିତ ନୁହନ୍ତି।ସମୟ ଆସିଛି ସମସ୍ତେ ଏକାଠି ହୋଇ ମା,ମାଟି, ଚାଷୀ, ମହିଳା, ଯୁବକ ପାଇଁ ଲଢାଇ କରୁଥିବା "ମୋ ଦଳ"ରେ ସାମିଲ ହୋଇ ୨୦୨୪ ନିର୍ବାଚନରେ
ଚାଷୀ ଦଳକୁ ସ୍ଥାପନ କରିବା ପାଇଁ  ଉମାକାନ୍ତ ଭାରତ ଆହ୍ୱାନ ଦେଇଥିଲେ।ଏହି ସଭାରେ ଏରା ମାଡକାମି ବକ୍ତବ୍ୟ ଦେଇ କହିଲେ ମାଲକାନଗିରି ଜଳ,ଜମି, ଜଙ୍ଗଲ ସବୁ ଅଛି । କିନ୍ତୁ ଆଦିବାସୀ ର ଅଧିକାର ନାହିଁ। ଏଠାରେ ଘର ଡିହ ପଟା ମିଳୁନି। କିନ୍ତୁ ରାଜ୍ୟ ସରକାର କମ୍ପାନୀ କୁ ହଜାର ହଜାର ଜମି ମାଗଣାରେ ଦାନ ଦେଉଛନ୍ତି।ସଭା ଶେଷ ରେ ଜିଲ୍ଲା କମିଟି ଘୋଷଣା କରାଯାଇଥିଲା।ଏହି କମିଟିରେ ଏରା ପଡିଆମି, ଗୋପାଳ ମଣ୍ଡଳ,ନନ୍ଦକୁମାର ଆଜମରା,ଜଗା ମାଡକାମି, ଜୟଦେବ ବାଚଳ,ମୁୟା ପଡିଆମି,ସୁଜନ ମଲ୍ଲିକ, ପର୍ଶୁରାମ ମାଡକାମି,ବିରା ମୁଛାକି, ରମାକାନ୍ତ ପଡିଆମି, ବଂଶୀ ଲାଲ ମାଡ଼ି,ଘେନୁ ମୁଦୁଲି, ପ୍ରମୁଖ ସାମିଲ ହୋଇଥିଲେ। ଆଗାମୀ ଦୁଇ ମାସ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସଂଗଠନକୁ ସୁଦୁଢ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସର୍ବ ଶେଷ ରେ ସଭାପତି ଏରା ପଡିଆମି ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!