ମାଲକାନଗିରି। ତା:10/10/23
ଶିଖପାଲ୍ଲୀ ପଞ୍ଚାୟତ ସମ୍ମିଳନୀ ଗୃହରେ ପଞ୍ଚାୟତ ସ୍ତରୀୟ ନିର୍ମାଣ ଶ୍ରମିକ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଖପାଲ୍ଲୀ ପଞ୍ଚାୟତ ସଭାପତି ଜଗା ମାଡକାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଳା ନିର୍ମାଣ ଶ୍ରମିକ ସଙ୍ଘ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମୀ , ଆଇନଜୀବୀ ଅଶୋକ ପଟ୍ଟନାୟକ, ସଙ୍ଘର ସାଧାରଣ ସମ୍ପାଦକ ଏରା ପଡିଆମି, ତଣ୍ଡପାଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ନନ୍ଦ କୁମାର ଅଜମିରା , ନିଲିଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବୁଦ୍ରା କାର୍ତ୍ତାମୀ, ଶିଖପାଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୋମନାଥ ମାଡକାମୀ, ସଙ୍ଘର ଜିଲ୍ଳା କାର୍ଯ୍ୟକାରୀ କମିଟି ସଦସ୍ୟ ଗୋପାଳ ମଣ୍ଡଳ ସମେତ ସମସ୍ତ ଗ୍ରାମର ଗ୍ରାମସାଥିମାନେ ଉପସ୍ଥିତାଥିଲେ । ଏହି ବୈଠକରେ ୨୫ ଉର୍ଦ୍ଧ୍ବ ପ୍ରତିନିଧି ଯୋଗଦେଇଥିଲେ । ବୈଠକରେ ମୁଖ୍ୟତଃ ଶ୍ରମିକମାନେ କିପରି ଶ୍ରମିକ କାର୍ଡ ପାଇ ପାରିବେ ଏବଂ ସରକାରଙ୍କର ସମସ୍ତ ଯୋଜନାର ଫାଇଦା ପାଇପାରିବେ ସେ ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ଉପସ୍ଥିତ ସଭ୍ୟମାନେ ଗ୍ରାମ ସ୍ତରରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ଜଗା ମାଡକାମୀ ଧନ୍ୟବାଦ ପ୍ରଦାନ କରିଥିଲେ ।