.ଧରାକୋଟ 10/10/23
ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ
ବିପଦର ବନ୍ଧୁ ଓଡିଶା, ଦିବ୍ୟ ଜୀବନ ସଙ୍ଘ ମୁଣ୍ଡମରାଇ, ଆଶାର ଆଲୋକ ଓ ସର୍ବଦା ସେବାରେ ଅନୁଷ୍ଠାନର ମିଳିତ ସହଯୋଗ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୂତନ, ନିରନ୍ତର, ସ୍ବେଚ୍ଛାକୃତ ରକ୍ତଦାତା ସୃଷ୍ଟି, ରକ୍ତଦାନର ଜାଗରଣକୁ ପ୍ରତିଟି ପ୍ରାଣରେ ସଞ୍ଚରିତ କରାଇବା ଲକ୍ଷ୍ୟରେ ଏହି ଶିବିର ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଦିବ୍ୟ ଜୀବନ ସଙ୍ଘ ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଜୟଚନ୍ଦ୍ର ନାୟକ , ଧରାକୋଟ ବ୍ଲକ ଉନ୍ନୟନ ଅଧିକାରୀ ଡେନିସ ବେହେରା , ଦିବ୍ୟ ଜୀବନ ସଙ୍ଘ ମୁଣ୍ଡମରାଇ ଶାଖା ସଭାପତି ତ୍ରିନାଥ ପାତ୍ର , ଦିବ୍ୟ ଜୀବନ ସଙ୍ଘ ଆସ୍କା ଶାଖା ସଭାପତି କିଶୋର ମୋହନ ପାତ୍ର, ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ପ୍ରତିଷ୍ଠାତା ଶିବରାମ ପାତ୍ର ଆଦି ମଞ୍ଚାସିନ ଥିଲେ। ସର୍ବ ପ୍ରଥମେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଶିବିରର ସଫଳତା ଲାଗି ଈଶ୍ୱର ଆରଧନା ଏବଂ ପରେ ପରେ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ତତ୍ ପରେ ଉପସ୍ଥିତ ଅତିଥି ମାନେ ସେବା , ରକ୍ତଦାନର ଆବଶ୍ୟକତା ସମ୍ବନ୍ଧରେ ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। ମୁଣ୍ଡମରାଇ ଗ୍ରାମବାସୀ, ଦିବ୍ୟ ଜୀବନ ସଙ୍ଘ ମୁଣ୍ଡମରାଇ , ଆଶାର ଆଲୋକ ସର୍ବଦା ସେବାରେ ଓ ବିପଦର ବନ୍ଧୁ ଓଡିଶାର ସଦସ୍ୟଙ୍କ ସୁପରିଚାଳନାରେ ଶିବିର ୬୨ ୟୁନିଟ ରକ୍ତସଂଗ୍ରହ ହୋଇଥିଲା । ସମସ୍ତ ରକ୍ତଦାତା ମାନଙ୍କୁ ପଦକ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା।ଉକ୍ତ ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର ସଦସ୍ୟମାନେ ଉପସ୍ଥିତ ରହି ରକ୍ତସଂଗ୍ରହ କରିଥିଲେ। ରକ୍ତଭାବ ଦୂରୀକରଣ ଲାଗି ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ, ଦିବ୍ୟ ଜୀବନ ସଙ୍ଘ ମୁଣ୍ଡମରାଇ, ଆଶାର ଆଲୋକ ସର୍ବଦା ସେବାରେ ଅନୁଷ୍ଠାନର ସଦସ୍ୟମାନଙ୍କ ଏଭଳି ପ୍ରୟାସକୁ ସମସ୍ତ ମହଲରୁ ପ୍ରସଂଶା କରଯାଇଥିଲା ।ଦିବ୍ୟ ଜୀବନ ସଂଘ ର ସଂଯୋଜକ U ନାଗେଶ୍ୱର୍ ରାଓ ପାତ୍ର କାର୍ଯ କ୍ରମକୁ ପରିଚାଳନା କରିଥିଲେ