ଧରାକୋଟ,10/10/23
ଗୋପାଳ ପୁର ଠାରୁ ଖରୀଆର ରୋଡ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ 59 ର ମୁଣ୍ଡମରାଇ ଠାରୁ ଭଣ୍ଡାରିବସା ମଧ୍ୟରେ ପାଞ୍ଚ ଗୋଟି ସ୍ଥାନରେ ଋଷିକୁଲ୍ୟା କେନାଲ ପାଣି ରାଜପଥ ଉପରେ ଝରୁଥିବା ଯୋଗୁଁ ରାସ୍ତା ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ପ୍ରକାଶ ଯୋଗ୍ୟ ଧରାକୋଟ ବ୍ଲକର ଜନବିଲି ଅନିକଟ ଠାରୁ ବ୍ରହ୍ମପୁର ସହରକୁ ପିଇବା ପାଣି ଯୋଗାଣ ହେଉଛି । ଏଥିପାଇଁ ରାସ୍ତା କଡ଼ରେ ପାଇପ ଲାଇନ ବିଛାଯାଇଛି। ଜାତୀୟ ରାଜପଥ ବିଭାଗ ତରଫରୁ ରାସ୍ତା କଡ଼ରେ ଆବଶ୍ୟକତା ଅନୁଯାୟୀ ଡ୍ରେନ ନିର୍ମାଣ କରାଯାଇଛି । ବର୍ତମାନ ପାଣି ଝରୁଥିବା ଅଞ୍ଚଳ କେନାଲ ର ନିମ୍ନ ଭାଗରେ ପ୍ରାୟ ଶହେ ମିଟର ଡ୍ରେନ ନିର୍ମାଣ ହୋଇଥିଲା । କିନ୍ତୁ ଡ୍ରେନ ଉପରେ ପାଇପ ଲାଇନ ଯିବା ଫଳରେ ଏହା ଚୋକ ହୋଇଯିବାରୁ କେନାଲ ର ପାଣି ବର୍ଷର ଚାରି ମାସ ଜାତୀୟ ରାଜପଥ ଉପରେ ପାଞ୍ଚ ଗୋଟି ସ୍ଥାନରେ ଅନବରତ ଝରିବା ଫଳରେ ରାସ୍ତା ନଷ୍ଟ ହେବାସହ ବାରମ୍ବାର ଦୁର୍ଘଟଣା ଘଟି ଜନ ଜୀବନ ନଷ୍ଟ ହେଉଛି । ଅନ୍ୟ ପଟରେ ମୁଣ୍ଡମରାଇ ବସଷ୍ଟାଣ୍ଡ ନିକଟରେ ପାଇପ ଲାଇନ ଦୀର୍ଘ ଦିନରୁ ଫାଟି ରହିଥିବା ଏବଂ ଏହାର ମରାମତି ପରେ ମଧ୍ୟ ଖାଲ ହୋଇ ରହିଥିବା ରୁ ଏହି ଅଞ୍ଚଳ ରେ ଦୁର୍ଘଟଣା ଘଟୁଛି । ରାସ୍ତା ନିର୍ମାଣ କରୀ ସଂସ୍ଥା ଏ ଆର ଏସ ଏସ ନିର୍ମାଣ କାର୍ଯ୍ୟ ରେ ଅହେତୁକ ବିଳମ୍ବ କରୁଥିବା ଯୋଗୁଁ ଜନ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି।