Tuesday, August 23, 2022
Homeନମ୍ବର ବିହିନ ଅଟୋ ଗାଡ଼ି ସହ ଗଞ୍ଜେଇ ଜବତ ଜଣେ ଗିରଫ

ନମ୍ବର ବିହିନ ଅଟୋ ଗାଡ଼ି ସହ ଗଞ୍ଜେଇ ଜବତ ଜଣେ ଗିରଫ

ଲମତାପୁଟ ,10/10/23  ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ନିକଟସ୍ଥ ଭୈରବୀ ମନ୍ଦିର ନିକଟରେ ଏକ ନମ୍ବର ବିହିନ ଅଟୋ ଗାଡ଼ି ରୁ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରାଯାଇଛିା ଜବତ ହୋଇଥିବା ଗଞ୍ଜେଇ ର ପରିମାଣ ୪୩ କେଜି ୮୦୦ ଗ୍ରାମ ବୋଲି ଜଣାପଡିଛି।ଏ ସଂକ୍ରାନ୍ତରେ ସୁରେଶ ଖରା(୨୦) ଏକ ଯୁବକ କୁ ଗିରଫ କରାଯାଇଛି। ମାଛକୁଣ୍ଡ ଥାନା କେସ ନମ୍ବର ୧୨୩/୨୦୨୩ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖୁବ କମ ସମୟ ରେ ପିଲା ମାନେ ରାତାରାତି ବଡ ଲୋକ ହେବାର ସ୍ୱପ୍ନ ଦେଖି ଯେ ଆଗାମୀ ସୁନ୍ଦର ଭବିଷ୍ୟତ କୁ ଅନ୍ଧକାର ଭିତରକୁ ଠେଲି ଦେବାକୁ ପଛାଉ ନାହାନ୍ତି। ଫଳରେ ପରିବାର ସମାଜ ସାଙ୍ଗସାଥି ସମ୍ପର୍କ କୀୟ ମାନଙ୍କ ପାଖରେ ଲଜ୍ଜିତ ହେଉଛନ୍ତି। ଅଭିଯୁକ୍ତ ସୁରେଶ ଖରା ର ଘର ଅରନାଭଟ ଥାନା ପେପରମାଲଟା ଜିଲ୍ଲା ମାଲକାନଗିରିର ବୋଲି ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ମାଲକାନଗିରି ରୁ ଆନ୍ଧ୍ରପ୍ରଦେଶର ପାଡୁଆ ନିକଟସ୍ଥ ମାୟା ବାବୁର ଦେଇ ଗଞ୍ଜେଇ ଚାଲାଣ କରିବା ଯୋଜନା ଥିବା ଜଣାପଡିଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!