Tuesday, August 23, 2022
Homeଶେରଗଡ଼ ବିଜେଡି ର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଶେରଗଡ଼ ବିଜେଡି ର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅକ୍ଟୋବର 02 ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟବ୍ୟାପି ଆରମ୍ଭ ହୋଇଥିବା " ଜନ ସମ୍ପର୍କ ପଦଯାତ୍ରା " ଆଜି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର 58 ନମ୍ବର ଜୁନୁରେ ଶେଷ ହେଇଛି ପଦଯାତ୍ରା l ଏହି ପଦଯାତ୍ରା ବ୍ରlହ୍ମଣସାହି ଠାରୁ ଆରମ୍ଭ ହେଇଛି ଠୁରୁବୁରେଇରେ ଶେଷ ହେଇଛି l ବ୍ରlହ୍ମଣସାହି ଗ୍ରାମରେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ବିଶାଳ ଜନସାଧାରଣ ଯୋଗ ଦେଇଥିଲେ l ବ୍ରlହ୍ମଣସାହି ଗ୍ରାମରେ ସମସ୍ତ ଜନସାଧାରଣ ଭିବିନ୍ନ ବେଶ ପଟୁଆର କରିଥିଲେ l ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଓଡ଼ିଶା ର ସମସ୍ତ ଘରେ ଘରେ ପହଞ୍ଚାଇବା ପାଇ ଏହି ପଦଯାତ୍ରା ର ଲକ୍ଷ୍ୟ ଥିଲା । ଏଣୁ ଏହି ପଦଯାତ୍ରା ସମୟରେ ମୁଖ୍ୟ ମନ୍ତ୍ରୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଶେରଗଡ଼ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ୍ ବିଜେଡି ସଭାପତି ଶ୍ରୀ ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ,ମେଘନାଦ ଦାସ ,ସମୀର ପ୍ରଧାନ, ବରୁଣ ପଳେଇ,ହୀନ ବେହେରା, ଦିଗାମ୍ବର ନାହାକ, ସରୋଜ ପାତ୍ର (ଗଣପତି ),କାହୁଁ ପଟ୍ଟନାୟକ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ବିଜେଡି କର୍ମୀ ଉପସ୍ଥିତ ଥିଲେ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!