ଭଂଜନଗର, ୦୯/୧୦ : ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଲାଲସିଂ କାହ୍ନୁ ରାଉତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଲାଲସିଂ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ ସୁରଭି ଓ ଓଡ଼ିଶା ମିଲେଟସ୍ – ୨୦୨୩ କାର୍ଯ୍ୟକ୍ରମ “ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଅନ୍ଵେଷଣ ତଥା ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରେ ଆୟୋଜନ କରାଯାଇଥାଏ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତୀ ଗୀତାଞ୍ଜଳି ରଥ ଙ୍କ ପୌରାହିତ୍ୟି ରେ ଅନୁଷ୍ଠିତ କାଯ୍ୟକ୍ରମ ରେ ସ୍ଥାନୀୟ ସି. ଆର. ସି. ସି.ତଥା ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ବିଜ୍ଞାନ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା ଙ୍କ ସଂଯୋଜନା କରିଥିବା ବେଳେ ଏଥିରେ ମୁଖ୍ୟଅତିଥି ରୂପେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ଵାଳ, ବିଶିଷ୍ଟ ଅତିଥି ଭାବେ ଭଂଜନଗର ବ୍ଳକ୍ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ଓ ସରପଞ୍ଚ ଶିବରାମ ସାହୁ , ମୂଖ୍ୟ ବକ୍ତା ରୂପେ ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଶିକ୍ଷକ ନେତା ଜଗବନ୍ଧୁ ଜେନା ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲୀପ କୁମାର ରାଉତ ଯୋଗଦାନ କରିଥିଲେ । ଶିକ୍ଷକ ତ୍ରିନାଥ ପଟ୍ଟନାୟକ, ରାଜେଶ କୁମାର ପ୍ରଧାନ, ବଳରାମ ଦାସ, ଏ. ମନୋଜ, ଜଗନ୍ନାଥ ରାଉଳ,ଇନ୍ଦ୍ରପ୍ରଭା ନାୟକ, କାଳୀଚରଣ ଆଚାର୍ଯ୍ୟ, କାଳୀଚରଣ ପରିଡ଼ା, ମୋହନ ସାହୁ, ବିଷ୍ଣୁ ସାର୍, ସଂଜୟ କୋଠିଆ, ବୁଦ୍ଧ ନାୟକ, କାହ୍ନୁ ଚରଣ ନାୟକ, ତ୍ରିନାଥ ପଟ୍ଟନାୟକ, ଗୀତାଞ୍ଜଳି ମହାରଣା, ଗୀତାଞ୍ଜଳି ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ ଲକ୍ଷ୍ମୀ ପାଢ଼ୀ, ଶୁଭ ଲକ୍ଷ୍ମୀ ବେହେରା, ରତ୍ନ ମଞ୍ଜରୀ ପାଢ଼ୀ, ଜି. ପ୍ରଶାନ୍ତ, ଶୁଭେନ୍ଦୁ ଜେନା, ତତ୍ତ୍ଵ ଦର୍ଶିନୀ ପ୍ରଧାନ, ଦୀପ୍ତି ମୟୀ ସେଠୀ ଓ ବିଦ୍ୟାଳୟ କର୍ମଚାରୀ ସନ୍ତୋଷ ଗୈ।ଡ଼ , ପ୍ରସନ୍ନ ପ୍ରଧାନ ପ୍ରମୂଖ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପାରଦର୍ଶିତା ପ୍ରମାଣ ପତ୍ର ଓ ପୁରସ୍କାର ଦିଆଯାଇଥିଲା । ଶିକ୍ଷକ ରାଜେଶ କୁମାର ପ୍ରଧାନଙ୍କ ଧନ୍ୟବାଦ୍ ଅର୍ପଣ କରିଥିଲେ