Tuesday, August 23, 2022
Home*ନୂଆଁଖାଇ ଭେଟଘାଟ ରେ ଉଠିଲା ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ର କଥା*

*ନୂଆଁଖାଇ ଭେଟଘାଟ ରେ ଉଠିଲା ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ର କଥା*


ପରମ ପୂଜ୍ୟ ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ଅନାଦି ବାବା, ସୌଭାଗ୍ୟ ବାବା , ଭଗତରାମ ବାବା, ରାମଚନ୍ଦ୍ର ବାବା ଙ୍କ ନିର୍ଦ୍ଦେଶନାରେ ଝରିଗାଁ ବ୍ଲକ ଅନ୍ତର୍ଗତ ପାରିଆ ଠାରେ ଆଜି ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ପୂର୍ବତନ ବିଧାୟକ ଭୁଜବଳ ମାଝୀ, ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର ଏବଂ ରାଜ୍ୟ ସଂପାଦକ ଉମାକାନ୍ତ ବିଷୟୀ ମଧ୍ୟ ଉପସ୍ଥିତ ଥିଲେ। ଯଦୁମଣି ବାବା, ଋଷିଦାସ ବାବା, ବିଭୁ ମେହେର , କାର୍ତ୍ତିକ ଭତ୍ରା ଏବଂ ଗୋବର୍ଦ୍ଧନ ବାବା ଆୟୋଜନ ର ତଦାରଖ କରିଥିଲେ। ନିଜ ବକ୍ତବ୍ୟରେ ହିନ୍ଦୁ ମହାସଂଘ ପ୍ରମୁଖ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ବାନ କରିଥିଲେ ଏବଂ ବ୍ରହ୍ମ ଅବଧୂତ ବାବା ମାନଙ୍କ ଆଶୀର୍ବାଦ ରେ ସବୁ କାର୍ଯ୍ୟ ସଫଳ ହେବ ବୋଲି କହିଥିଲେ। ପ୍ରାୟ ୫୦୦୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!