Tuesday, August 23, 2022
Homeନାଲକୋ ମାଇନ୍ସ ମଜଦୂର ସଂଘର ନୂତନ କାର୍ଯ୍ଯକର୍ତ୍ତାଙ୍କ ଶପଥଗ୍ରହଣ

ନାଲକୋ ମାଇନ୍ସ ମଜଦୂର ସଂଘର ନୂତନ କାର୍ଯ୍ଯକର୍ତ୍ତାଙ୍କ ଶପଥଗ୍ରହଣ

ଦାମନଯୋଡି:୦୭/୧୦:-ନାଲକୋ ମାଇନ୍ସ ମଜଦୂର ସଂଘର ନୂତନ କର୍ମକର୍ତ୍ତାଙ୍କର ଶପଥପାଠ ଉତ୍ସବ ସେକ୍ଟର ୩ ମାଉସୀ'ମା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ଯ ଅତିଥି ରୂପେ ନାଲକୋ ସମୂହ ମହାପ୍ରବନ୍ଧକ ସୁରେଶ ଚନ୍ଦ୍ର ସାମଲ,ସମ୍ମାନିତ ଅତିଥି ରୂପେ ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର,ମହାପ୍ରବନ୍ଧକ ପ୍ରସନ୍ନ କୁମାର ସାହୁ,ମହାପ୍ରବନ୍ଧକ (ମେଡିକାଲ) ଡ଼ଃ ଅମରଜିତ୍ ମହାନ୍ତି ଯୋଗ ଦେଇଥିଲେ।ହାଲ କର୍ମଚାରୀ ତଥା କୋରାପୁଟ ଜିଲ୍ଲା ଭାରତୀୟ ମଜଦୂର ସଂଘର ଜିଲ୍ଲା ସାଧାରଣ ସଂପାଦକ ବିରଞ୍ଚିନାରାୟଣ ଷଡଙ୍ଗୀ ମୁଖ୍ଯ ବକ୍ତାରୂପେ ଯୋଗଦାନ କରିଥିଲେ।ଭାରତମାତାଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା।ସଂଘର ଧେୟ ସଙ୍ଗୀତ ଗାନ ପରେ ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ସମସ୍ତ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ।ସଭାପତି ସୁବାସ ଓଝା,କାର୍ଯ୍ୟକାରୀ ସଭାପତି ଚୈତନ୍ୟ ଗୌଡ,ଉପ ସଭାପତି ଶୁକଦେବ ପଟ୍ଟାୟତ,ଦାଶରଥୀ ସାହୁ,ଜଗନ୍ନାଥ ମୁଡୀ,ସାଧାରଣ ସମ୍ପାଦକ ସଦାନନ୍ଦ ଦାସ,ସଂପାଦକ ଏଚ୍ କେ ଇକୁଡୁ, ସନ୍ତୋଷ କୁମାର ସ୍ବାଇଁ,ସୁନୀଲ କୁମାର ସାହୁ,ବିତ୍ତ ସଂପାଦକ କ୍ଷୀରସିନ୍ଧୁ ସାହୁ,ସଂଗଠନ ସମ୍ପାଦକ ଶ୍ଯାମସୁନ୍ଦର ପ୍ରଧାନ,ସୁରେନ୍ଦ୍ର ମହନ୍ତ,କାର୍ଯ୍ୟାଳୟ ସଂପାଦକ ଅନୀଲ କୁମାର ପଣ୍ଡା,ମାନସ ରଞ୍ଜନ ରାଉତ,ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମୁନୀ,ବାସୁଦେବ ଗଜେନ୍ଦ୍ର,ମହେଶ୍ବର ନନ୍ଦ,ପି ଆର ସାହୁ ଓ ୨୪ ଜଣ ekjikutiv ବଡି ମେମ୍ବରମାନେ ଶପଥପାଠ କରିଥିଲେ ।ମଜଦୂର ସଂଘକି କ୍ଯା ପହଚାନ, ତ୍ଯାଗ, ତପସ୍ୟା ଔର ବଳିଦାନ ଆଦି ନାରା ପ୍ରଦାନ ପୂର୍ବକ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା।ବକ୍ତାମାନେ ମଜଦୂର ସଂଘ ଏକ ଶୃଙ୍ଖଳିତ,ସୁବିଚାର ସଂପୂର୍ଣ୍ଣ ଶ୍ରମିକ ସଂଗଠନ ବୋଲି ମତବ୍ୟକ୍ତ କରିଥିଲେ ।ଡିମାଣ୍ଡ,ଡିସ୍କସନ, ଡକ୍ୟୁମେଣ୍ଟ ଆଦି ୩ଡି ମାଧ୍ୟମରେ ସମସ୍ତ ଶ୍ରମିକ ସମସ୍ଯାର ସମାଧାନ କରାଯାଇପାରିବ ବୋଲି ମତ ପୋଷଣ କରିଥିଲେ ।ପୂର୍ବତନ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।ଉପଦେଷ୍ଟା ପ୍ରଶାନ୍ତ କୁମାର ମାଝି ମଞ୍ଚ ପରିଚାଳନା କରିଥିଲେ ।ସାଧାରଣ ସମ୍ପାଦକ ସଦାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!