ଦାମନଯୋଡି,୦୭/୧୦:-କୋରାପୁଟ ବ୍ଲକ ଡୁମୁରିପଦର ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଝଡିପଦର ଓ ଝନଝଣା ଗ୍ରାମ ମାନଙ୍କରେ ଜିଲ୍ଲା ଭ୍ରାମ୍ୟମାଣ ଦୃଷ୍ଟିକେନ୍ଦ୍ର ପକ୍ଷରୁ ଶନିବାର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ହୋଇଥିବା ଏହି ଶିବିରରେ ୪୫ଜଣ ବ୍ୟକ୍ତି ଯୋଗଦେଇ ଚକ୍ଷୁ ପରୀକ୍ଷା କରାଇଥିଲେ। ସେଥି ମଧ୍ୟରୁ ଜଣେ ୬ବର୍ଷର ବାଳକ ସମେତ ୧୨ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ଶିବିରରେ ଚକ୍ଷୁ ରୋଗଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ୱାବଧାନରେ ତଥା ପିଏଚଇଓ ମକର ଜାନିଙ୍କ ନେତୃତ୍ବରେ ଆୟୋଜିତ ଶିବିରରେ ଚକ୍ଷୁ ସହାୟକ ବିଜୟ କୁମାର ଆଚାର୍ଯ୍ୟ ଚକ୍ଷୁ ପରୀକ୍ଷା କରିଥିଲେ।ସ୍ବାସ୍ଥ୍ୟକର୍ମୀ ମାନସ କୁମାର ସ୍ବାଇଁ ଉପସ୍ଥିତ ରହି ପରିଚାଳନା କରିଥିଲେ।ଅଙ୍ଗନବାଡ଼ି କର୍ମୀ ସସ୍ମିତା ବାରିକ ଓ ସୁରଞ୍ଜିତା ଜାନି,ଆଶାକର୍ମୀ ସୁନାମଣି ପୂଜାରୀ ଓ ଫୁଲମେ ସାଉନ୍ତା ପରିଚାଳନାରେ ସହଯୋଗ କରିଥିଲେ।