Tuesday, August 23, 2022
Homeବିଭିନ୍ନ ସମସ୍ୟା ନେଇ ଥାନା ଅଧିକାରୀଙ୍କ ଜରିଆରେ ନାଲକୋ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ବିଭିନ୍ନ ସମସ୍ୟା ନେଇ ଥାନା ଅଧିକାରୀଙ୍କ ଜରିଆରେ ନାଲକୋ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଦାମନଯୋଡ଼ି,୦୭/୧୦:- କୋରାପୁଟ ବ୍ଲକ୍ ମାଥାଲପୁଟ ପଞ୍ଚାୟତରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ 'ନାଲକୋ କ୍ଷତିଗ୍ରସ୍ତ ଲୋକ କଲ୍ୟାଣ ସଂଘ' ପକ୍ଷରୁ ଶନିବାର ଦାମନଯୋଡି ଥାନା ଅଧିକାରୀଙ୍କ ଜରିଆରେ ନାଲକୋ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ମାଥାଲପୁଟ ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତାର ଟ୍ରାଫିକ ବ୍ୟବସ୍ଥାରେ ସୁଧାର,ବସଷ୍ଟାଣ୍ଡରେ ଯାତ୍ରୀ ପ୍ରତୀକ୍ଷାଳୟ ଓ ପରିଶ୍ରାଗାର ଆଦି ନିର୍ମାଣ ପାଇଁ ଉକ୍ତ ଦାବୀପତ୍ରରେ ଉଲ୍ଲେଖ ରହିଛି। ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ସବ ଇନ୍ସପେକ୍ଟର ସୁପ୍ରିୟା ପଟ୍ଟନାୟକ ଦାବିପତ୍ର ଗ୍ରହଣ କରିଥିଲେ।ଦାବିପତ୍ର ପ୍ରଦାନ ସମୟରେ ସମିତିସଭ୍ୟ ଦୈତାରୀ ରାଜୁ,ୱାର୍ଡ଼ ମେମ୍ବର ଦୁର୍ଗା ପ୍ରସାଦ ପାଢ଼ୀ,ଲିଟିଗୁଡ଼ା ପୂର୍ବତନ ସରପଞ୍ଚ ଦାମୋଦର ଜାନି,ସମାଜସେବୀ ପ୍ରଦୀପ ମହାନ୍ତି,ସରପଞ୍ଚ ପ୍ରତିନିଧି ମଦନ ଗୁରୂନା,ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ କରଙ୍କ ସମେତ ବିଙ୍ଗୁ ଜାନି,ସୀମାଞ୍ଚଳ ସାହୁ ଓ ଅନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ପ୍ରକାଶ ଥାଉ କି, ଗତ ଗୁରୁବାର ସନ୍ଧ୍ୟାରେ ମାଥାଲପୁଟ ବଜାର ମୁଖ୍ୟ ରାସ୍ତାରେ ଏକ ଟ୍ରକର ବ୍ରେକ ଫେଲ ହୋଇ ଗଡିଯାଇଥିଲା ବେଳେ ଦୁଇଜଣ ଗୁରୁତର ଓ ୬ଜଣ ସାମାନ୍ୟ ଆହତ ହୋଇଥିଲେ।ସୌଭାଗ୍ୟ ବଶତଃ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା।ତେବେ ନାଲକୋ କର୍ତ୍ତୃପକ୍ଷ ଦାବୀ ଗୁଡ଼ିକ ପ୍ରତି ଗୁରୁତ୍ଵ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!