Tuesday, August 23, 2022
Homeଗଣ ମାଧ୍ୟମ, ସାମ୍ବାଦିକ ଓ , ବିରୋଧୀ ରାଜନେତା ମାନଙ୍କୁ ED, CBI ସାହାଯ୍ୟରେ ମିଥ୍ୟା ମକଦ୍ଦମା ଓ ଗିରଫଦାରି ବିରୋଧ

ଗଣ ମାଧ୍ୟମ, ସାମ୍ବାଦିକ ଓ , ବିରୋଧୀ ରାଜନେତା ମାନଙ୍କୁ ED, CBI ସାହାଯ୍ୟରେ ମିଥ୍ୟା ମକଦ୍ଦମା ଓ ଗିରଫଦାରି ବିରୋଧ

ଆର ଏସ ଏସ ପରିଚାଳିତ ନରେନ୍ଦ୍ର ମୋଦି ସରକାର ଫାସିଷ୍ଟ କାଇଦାରେ ଦେଶର ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରିଛନ୍ତି l ଅକ୍ଟୋବର 3 ତାରିଖ ରେ ଦିଲ୍ଲୀସ୍ଥିତ "ନ୍ୟୁଜ କ୍ଲିକ" ଅନ ଲାଇନ ସମ୍ବାଦ ପତ୍ରର ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଶ୍ରୀ ପ୍ରବୀର ପୂରକାୟସ୍ଥଙ୍କ ବାସଗୃହ ଉପରେ ED ତରଫରୁ ଚଢ଼ାଉ କରିବା ସହିତ ତାଙ୍କର ଲାପଟପ, ମୋବାଇଲ ଫୋନ ଇତ୍ୟାଦି ଜବତ କରା ଯାଇଛି l ଏହା ସହିତ ବହୁ ବରିଷ୍ଠ ସାମ୍ବାଦିକ,ପ୍ରଖ୍ୟାତ ଐତିହାସିକବିଦ, ବ୍ୟଙ୍ଗ ଚିତ୍ରକାର,ସମେତ 'ନ୍ୟୁଜ କ୍ଲିକ' ପ୍ରତିଷ୍ଠାନର 46 ଜଣ ସାମ୍ବାଦିକ ଏବଂ  କର୍ମଚାରୀ ମିଶି  ମୋଟ 80 ରୁ ଉର୍ଦ୍ଧ୍ୱ  କର୍ମଚାରୀଙ୍କର ଲାପଟପ, ମୋବାଇଲ ଫୋନ ସମେତ ମୂଲ୍ୟବାନ କାଗଜପତ୍ର  ଜବତ କରାଯାଇଛି। ସେମାନଙ୍କୁ ଜେରା ନାମରେ  ଘଣ୍ଟା ଘଣ୍ଟା ଅଟକ ରଖୀ ମାନସିକ ନିର୍ଯ୍ୟାତନା  ଦିଆଯାଉଛି l 'ନ୍ୟୁଜ କ୍ଲିକ' ର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଏବଂ ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଅତି ସଙ୍ଗୀନ ଆଇନ
 ୟୁ ଏ ପି ଏ(ଵେଆଇନ କାର୍ଯ୍ୟ କଳାପ ପ୍ରତିରୋଧ ଆଇନ) ରେ ଗିରଫ କରାଯାଇଛି l

ଦେଶର ଐତିହାସିକ ଚାଷୀ ଆନ୍ଦୋଳନ, ସାହିନବାଗର ନାଗରିକ ଅଧିକାର ଆନ୍ଦୋଳନ, JNU ଛାତ୍ର ଆନ୍ଦୋଳନ ଓ ଶ୍ରମିକ ଆନ୍ଦୋଳନ  ସହିତ ସେମାନଙ୍କର କ'ଣ ସମ୍ପର୍କ ରହିଛି ସେ ବିଷୟରେ ତୁହାକୁ ତୁହା ପ୍ରଶ୍ନ କରି ସେମାନଙ୍କୁ ଭୟଭିତ କରିବାକୁ ପ୍ରଚେଷ୍ଟା ହୋଇଛି l ଅନେକ ସାମ୍ବାଦିକ ମାନଙ୍କ ବିରୋଧରେ FIR ଦରଜ ହୋଇଛି l

 ନିର୍ଭୀକ ଭାବେ ତଥ୍ୟ ଏବଂ ସତ୍ୟ ଉପରେ ଆଧାରିତ  ସମ୍ବାଦ ପରିବେଷଣ କରୁଥିବା ଗଣ ସାମ୍ବାଦିକ ଏବଂ ସମ୍ବାଦପତ୍ର ଉପରେ ଏହିଭଳି ଆକ୍ରମଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଅଟେ l ଏହା ମୋଦି ସରକାରଙ୍କ ଏକଛତ୍ରବାଦୀ,ଫାସିଷ୍ଟ ସୁଲଭ ଏବଂ ପ୍ରତିଶୋଧ ପରାୟଣ ଚରିତ୍ର କୁ ହିଁ ପରିପ୍ରକାଶ କରୁଛି l

ଏହା ପୂର୍ବରୁ  ମୋଦି ସରକାର BBC,  WIRE, ଦୈନିକ ଭାସ୍କର, ଭାରତ ସମାଚାର ଆଦି ସମ୍ବାଦ ସରବରାହ ସଂସ୍ଥା ବିରୋଧ ରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ କଣ୍ଠରୋଧ କରିବାକୁ ଅପଚେଷ୍ଟା କରିଛନ୍ତି l ସେହିଭଳି ଆମ ଆଦମୀ ପାର୍ଟିର ସାଂସଦ ଶ୍ରୀ ସଞ୍ଜୟ ସିଂହଙ୍କ ବିରୋଧରେ ପ୍ରତିଶୋଧ ପରାୟଣ ହୋଇ ଗିରଫ କରାଯାଇଛି l ଏହା ପୂର୍ବରୁ ସରକାରଙ୍କ ଜନ ବିରୋଧୀ ନିତୀକୁ ବିରୋଧ କରୁଥିବା ପ୍ରମୁଖ ବିରୋଧୀ ଦଳର ଅନେକ ନେତାଙ୍କୁ ଇ ଡ଼ି ଦ୍ୱାରା ଜେରା କରାଯାଇଛି ଏବଂ ଏବେ ମଧ୍ୟ ଅନେକ ବିରୋଧୀ ରାଜନେତା, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀ ଜେଲରେ ଅଛନ୍ତି l

ସାମଗ୍ରିକ ଭାଵେ ଏହା ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିକ ଅଧିକାର, ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ମତବ୍ୟକ୍ତ କରିବାର ଅଧିକାର ଉପରେ ନଗ୍ନ ଆକ୍ରମଣ l ଏହା ଅଘୋଷିତ ଜରୁରୀ ପରିସ୍ଥିତି ସହିତ ସମାନ l

ଏହି ଆକ୍ରମଣ ଏବଂ ଗିରଫଦାରିର ପ୍ରତିବାଦରେ  ବିରୋଧୀ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଠାରେ ଏକ ମିଳିତ  ପ୍ରତିବାଦ  କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି l ଏହି ନଗ୍ନ ଆକ୍ରମଣ ବିରୋଧରେ ଜନସାଧାରଣ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଛନ୍ତି l
ଆଜିର ଏହି କାର୍ଯ୍ୟକ୍ରମରେ ପୀତବାସ ପଣ୍ଡା,ବୃନ୍ଦାବନ ଖଟେଇ,ମହେଶ୍ୱର ପାତ୍ର, ଚିନ୍ମୟ କୁମାର ହୋତା,ସୁପ୍ରଭା କୁମାରୀ ଦାସ,ତତ୍ ସତ ସୁବୁଦ୍ଧି, ପ୍ରକାଶ ଚନ୍ଦ୍ର ପାତ୍ର,ନୀଳକଣ୍ଠ ଦାସ,ପ୍ରଦୀପ ସେଠୀ, ସୁବାସ ରାଉତ ,ଆଦିତ୍ୟ ତ୍ରିପାଠୀ,ଶିବପ୍ରସାଦ ମହାପାତ୍ର,କୈଳାସ ଶାଢଙ୍ଗୀ, ବାବୁଲା ନାୟକ,କିଶୋର ମିଶ୍ର,ଶଙ୍କର ପ୍ରଭୂତି ଯୋଗ ଦେଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!