ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏକ ନୂତନ ଧରଣର ପରିକଳ୍ପନା କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ଏବେ ନବ ପ୍ରଧନଚାର୍ୟ ଶ୍ରୀଯୁକ୍ତ ଶିବ ପ୍ରିୟା ଦାସ ନିଯୁକ୍ତି ହେଲେ ତାଙ୍କୁ ସ୍ବାଗତ ର ଅଭିନନ୍ଦନ ମଧ୍ୟ କରାଯାଇଅଛି।ସେହି ବିଦ୍ୟାଳୟର alumni ଏବଂ ପୂର୍ବେ ଶିକ୍ଷୟତ୍ରୀ ଥିଲେ ଶ୍ରୀମତୀ ମଞ୍ଜୁ ବାଳା ଦାସ ସେଠି ତାଙ୍କୁ ମଧ୍ୟ ଅଭିନନ୍ଦନ କରାଯାଇଥିଲା। ସେଥିରେ ଛାତ୍ର ଛାତ୍ରୀ ଯେଉଁ ମାନେ ସେଠି ସେମାନଙ୍କ ବିଦ୍ୟା ଗ୍ରହଣ କରି ଆଗକୁ ବାଢିଛନ୍ତି ଏବଂ ଏହି ଫାଉଣ୍ଡେସନ ର volunteer ସେମାନଙ୍କୁ ମଧ୍ୟ ଧନ୍ୟବାଦ ସହ ଅଭିନନ୍ଦନ ର ଉତ୍ସାହ ଦିଆଯାଇଥିଲା। ଆଜି ଜଗତର ତିନି ଠାକୁର ଙ୍କୁ ବିଦ୍ୟାଳୟରେ କିଛି ନୂତନ ରୂପେ ପ୍ରଦାର୍ପଣ କରାଯାଇଅଛି। plogging ରେ ସଂଗ୍ରହ ହୋଇଥିବା ବିଭିନ୍ନ ବୋତୋଲ ଠିପି ଯାହା କି ୫୫୦୦ ଠିପି ସାହାଯ୍ୟରେ ବଡ଼ ଠାକୁର ବଳଭଦ୍ର, ଜଗତର ନାଥ ଜଗନ୍ନାଥ, ଏବଂ ସେମାନଙ୍କ ଗେହ୍ଲା ଭଉଣୀ ମାତା ସୁଭଦ୍ରା ଙ୍କୁ ବନାଇ ସ୍ଥାପନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରଧାନଚାର୍ୟ ଶ୍ରୀଯୁକ୍ତ ଶିବ ପ୍ରିୟା ଦାସ ଏବଂ ସାତ୍ତ୍ୱିକ ସୋଲ ବ୍ରହ୍ମପୁର ଟିମ୍ ର ଜିଲ୍ଲା ସଂଯୋଜୋଗ ଭାରତ ଗୌରବ ଦାସ ଙ୍କ ସହ ପ୍ରଯୁକ୍ତା, ପୂର୍ଣ୍ଣିମା, କୋଇନା, ଚିନ୍ମୟୀ, ବଳରାମ,ଅଶିରା,ଧ୍ରୁବ, ସୌମ୍ୟରଞ୍ଜନ, ବର୍ଷା, ଆଶୁତୋଷ,ଶ୍ରିହରି, ତୋଫାନ, ନରେନ୍ଦ୍ର,ଅଚ୍ୟୁତ,ରଶ୍ମି,ଭାଗ ନେଇ ସମ୍ପୂର୍ଣ୍ଣ କରିଥିଲେ।