Tuesday, August 23, 2022
Homeଲମତାପୁଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲମତାପୁଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲମତାପୁଟ/୭/୧୦/୨୦୨୩ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ବାହିନୀ ତରଫରୁ ଏକ ସାଇବର ସୁରକ୍ଷା ସମ୍ପର୍କରେ ବିଭିନ୍ନ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିଲା। ଚଳିତ ମାସ ଅକ୍ଟୋବର ମାସ ୨ ତାରିଖ ଠାରୁ ଏହି ସାଇବର ସଚେତନତା ରଥ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ସଚେତନତା କାର୍ଯ୍ୟକ୍ରମ କରିଆସୁଛି। ସାଇବର ଠକ୍ ନିରିହ ଲୋକଙ୍କର ବ୍ୟାଙ୍କରୁ ଟଙ୍କା ନେଇଯିବା।ଲୋନ କରିଦେବା ଲୋଭ ଦେଖାଇ ପଇସା ହଡ଼ପ କରିବା ଫେସବୁକ।ମେଟ୍ରୋମନି। WhatsApp ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ବ୍ଳାକମେଲିଙ୍ଗକରିବା। ଛୋଟ କୁନି ପିଲାମାନଙ୍କୁ ବିଭିନ୍ନ ଖେଳ ମାଧ୍ୟମରେ ପଇସା ଠକି ନେଇଥିବା ଠକମାନଙ୍କ ପ୍ରତି ସାବଧାନ ରହିବାକୁ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା। ଫଳରେ ନିରୁପାୟ ସୋଇପଡିଥିବା କେତେକ ଲୋକ ଲୋକଲଜ୍ୟାରୁ ବଞ୍ଚିତ ହେବାପାଇଁ ଆତ୍ମହତ୍ୟା କରିବା ନିମନ୍ତେ ଶେଷ ନିଷ୍ପତ୍ତି ନେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ପରିବର୍ତ୍ତନ ଘଟିଛି ଏଭଳି ଘଟଣା ଘଟିଥିଲେ ତୁରନ୍ତ ପୋଲିସ ର ସହାୟତା ନିମନ୍ତେ ୧୯୩୦ କୁ କଲକରି ସୂରକ୍ଷିତ ରହିବାକୁ ପୋଲିସ ତରଫରୁ ନିବେଦନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମାଛକୁଣ୍ଡ ତହସିଲଦାର ଶ୍ରୀ ଜୟନ୍ତ ମେହେର SDPO nandapur ଶ୍ରୀ ସଞ୍ଜୟ ମହାପାତ୍ର। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କର୍ଣ୍ଣ ଦେବ ସମାଦାର। ମାଛକୁଣ୍ଡ ଥାନା ଅଧକାରୀ ଶ୍ରୀ ଡମ୍ବରୁ ଵାତ୍ରିଆ। ଲମତାପୁଟ ଫାଣ୍ଡି ଅଧିକାରୀ ଶ୍ରୀ ଚିତ ପ୍ରଧାନୀ। ବ୍ଳକ ଅଧ୍ୟକ୍ଷ ଶ୍ରୀ ତାପସ କୃମାର ଚାଲାଣ। ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଙ୍ଗି।ASIକୋରାପୁଟ ସତ୍ୟଭାମା ବେହେରା ପ୍ରମୁଖ ଯୋଗଦାନ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଲମତାପୁଟ ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ କରାଯାଇ ପରିଶେଷରେ ଲମତାପୁଟ ମୁଖ୍ୟ ରାସ୍ତା ରେ କାର୍ଯ୍ୟକ୍ରମ କରାଯାଇଥିଲା।ଏକ। ବିରାଟ ପଟୁଆରରେ ତେମସା ନାଚ ରେ ସଭାସ୍ଥଳ ରେ ପହଞ୍ଚି ଥିଲା। କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!