ବ୍ରହ୍ମପୁର, ଲାଞ୍ଜିପଲ୍ଲୀ ଗୁଡଶେଡ୍ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ରେ ଏଣ୍ଟୀ ଟୋବାକୋ ଏବଂ ସ୍ବାସ୍ଥ୍ୟ ସଚେତନ ଶିବିର ରୋଟାରୀ କ୍ଲବ ବ୍ରହ୍ମପୁର ତରଫରୁ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ବରିଷ୍ଠ ଚିକିତ୍ସକ ଛାତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ନାରାୟଣ ମିଶ୍ର ଯୋଗ ଦେଇଥିଲେ।ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ତମ୍ବାଖୁ ସେବନର ଅପକାରିତା , ପୋଲିଓର ନିରାକରଣ ଶିଶୁ ସ୍ବାସ୍ଥ୍ୟ ସଚେତନ,ବିଶୁଦ୍ଧ ଜଳର ବ୍ୟବହାର,ସବୁଜ ପରିବେଶ,ଏବଂ ଶିକ୍ଷା ଉପରେ ଆଲୋକପାତ କରିଥିଲେ।ଏହି ଶିବିରରେ ବ୍ରହ୍ମପୁର ରୋଟାରୀ କ୍ଲବ୍ ର ସମ୍ପାଦକ ଶ୍ରୀଯୁକ୍ତ ଭି ଜୟରାମ ରାଜୁ,ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର,ସମ୍ପାଦିକା ଶ୍ରୀମତୀ ଅନିତା କୁମାରୀ ପାଢ଼ୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ପରିଡ଼ା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।