ନବରଙ୍ଗପୁର:- ଡାବୁଗାଁ ବ୍ଲକ ଠାରେ ପ୍ରଥମ ଥର ପାଇଁ ମୋଟର ସାଇକେଲ ମେକାନିକଲ ସଙ୍ଘରୋ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକ ରେ ମୋଟର ସାଇକେଲ ମେକାନିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର କିଭଳି ସମାଧାନ ହେବ ସେ ନେଇ ଅଲୋଚନ କରାଯାଇଥିଲା।ଆଜିର ବୈଠକଟି ଡାବୁଗାଁ ବ୍ଲକର ମୋଟର ସାଇକେଲ ମେକାନିକଲ ସଙ୍ଘର ସଭାପତି କୈଳାସ ନାୟକ ଆୟୋଜିତ କରିଥିବା ବେଳେ ତାଙ୍କ ସହଯୋଗ କରିଥିଲେ ସଙ୍ଘର କସାଧକ୍ଷ ପ୍ରଦୀପ ଦଳପତି ଏବଂ ସଂକରି ରାଓ । ଡାବୁଗାଁ ବ୍ଲକର ବିଜୟ ସୁନା ସହ ପ୍ରାୟ ୭୦ରୁ ଉର୍ଦ୍ଧ ମେକାନିକ ଭାଇ ମାନେ ଉପସ୍ଥିତ ଥିଲେ।ତତ ସଂଗେ ସଂଗେ ଜିଲ୍ଲାର ନବରଙ୍ଗପୁର ଏବଂ ଉମରକଟ ମୋଟର ସାଇକେଲ ମେକାନିକଲ ସଙ୍ଘର ସଭାପତି ,ଉପସଭାପତି ସମେତ ଅନେକ ସଦର୍ଶ ଯୋଗ ଦେଇଥିଲେ।ଆଗାମୀ ଦିନରେ ସଂଘକୁ କିଭଳି ଭାବରେ ଅଧିକ ସୁଦୃଡ଼ କରାଯିବ ଏ ନେଇ ଆଜି ନିଷ୍ପତି ନିଆଯାଇଛି ଏବଂ ଆଜିର କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେଲା।