Tuesday, August 23, 2022
Homeଧରାକୋଟ ରେ ବିଜେଡିର ଜନ ସଂପର୍କ ପଦ ଯାତ୍ରାରେ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ଯୋଗଦାନ

ଧରାକୋଟ ରେ ବିଜେଡିର ଜନ ସଂପର୍କ ପଦ ଯାତ୍ରାରେ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ଯୋଗଦାନ

ଧରାକୋଟ--୬.୧୦.୨୩ ଧରାକୋଟ ବ୍ଲକ ର ୫ଗୋଟି ପଞ୍ଚାୟତରେ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ନେତୃତ୍ବରେ ବ୍ଲକର ୩୧ ନଂ ଜୋନ୍ ଅନ୍ତର୍ଗତ ଧରାକୋଟ, ମୁଣ୍ଡମରାଇ,ଶରଧାପୁର, ଢ୍ଉଗାଁ,ରେଡ଼ି ଦାମୋଦର ପଲ୍ଲୀ, ପଞ୍ଚାୟତରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ରେ ଜଙ୍ଗଲ ପରିବେଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ବାଇଁ, ଟୁକୁନା ଗୌଡ଼, ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବ୍ଲକ ବିଜୁଜନତା ଦଳ ସଭାପତି ସଂଜୟ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜନପ୍ରିୟ ମୂଖ୍ୟ ମନ୍ତ୍ରୀ ଙ୍କ ଲୋକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ଓ ସରକାରଙ୍କ ବିକାଶ କାର୍ଯ୍ୟ କ୍ରମ ଗରୀବ ଲୋକଙ୍କ ସେବାରେ ଆସୁଥିବା ବିଜୁ ସ୍ବାସ୍ଥ୍ୟ କାର୍ଡ, ଗ୍ରାମ ର ବିକାଶ ଉପରେ ଜନ ହିତକାରୀ ଯୋଜନା ଗୁଡ଼ିକର ସଂପର୍କ ରେ ବୁଝାଇ ଥିଲେ।ଏହା ସହ କର୍ମୀ ଓ ସଂଗଠକ ମାନଙ୍କୁ ଦଳକୁ ମଜଭୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଧରାକୋଟ ରାଜ ପ୍ରସାଦ ରୁ ବିଶାଳ ଶୋଭାଯାତ୍ରା ବାହାରି ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତାଧିକ କର୍ମୀ ଯୋଗ ଦେଇ ଥିବା ବେଳେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳର ଯୁବ ସଭାପତି ଲିଟୁ ଭୂୟାଁ, ସଂଗଠକ ଶିବଶଙ୍କର ପାତ୍ର, ପୂର୍ବତନ ସରପଂଚ ଦିଲୀପ କୁମାର ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ମନୋଜ ସାହୁ ଙ୍କ ସମେତ ଏହି ପଦଯାତ୍ରା ରେ ବ୍ଲକର ସମସ୍ତ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଓ ଛାମୁଆଁ ନେତା ଯୋଗ ଦେଇଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!