Tuesday, August 23, 2022
Homeଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ରେ ସାୟବର ଅପରାଧ ରୋକିବା ପାଇଁ ସାଧାରଣ ଜ୍ଞାନ ପ୍ରତିଯୋଗିତା

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ରେ ସାୟବର ଅପରାଧ ରୋକିବା ପାଇଁ ସାଧାରଣ ଜ୍ଞାନ ପ୍ରତିଯୋଗିତା

 ବ୍ରହ୍ମପୁର, ଲାଞ୍ଜିପଲ୍ଲୀ ଗୁଡ୍ ଶେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ରେ ସାୟବର୍ ଅପରାଧ ରୋକିବା ପାଇଁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ପୋଲିସ ଅଧିକ୍ଷକ ଯୋଗ ଦେଇଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଅପରାଧ କୁ ରୋକିବା ବିଷୟରେ ଅବଗତ କରାଇଥିଲେ। ପୋଲିସ ଉପ ନିରୀକ୍ଷକ ଶ୍ରୀଯୁକ୍ତ ରଞ୍ଜିତ ଦାସ ଏବଂ ଟଙ୍କଧର ଦେଶାୟୀ ସହଯୋଗ କରିଥିଲେ। କୁଇଜ୍ ମାଷ୍ଟର ବୁବାସ ରଥଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରିଥିଲେ।ଏଥିରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର,ସମ୍ପାଦିକା ଶ୍ରୀମତୀ ଅନିତା କୁମାରୀ ପାଢ଼ୀ ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ପରିଡ଼ା,ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!