ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୋକିଆ ସଦର ମହକୁମାରେ ଥିବା ବେଢ଼ା ବନ୍ଧରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଜଣଙ୍କ ହେଲେ ହେମ ଭତ୍ରା । ତାଙ୍କ ଗ୍ରାମ ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ସାନ ଭେସା ଗ୍ରାମରେ ବୋଲି ଜଣାପଡିଛି । ହେମ ତାଙ୍କ ମାମୁଁ ଘର ମୋକିଆକୁ ଆସିଥିଲେ । ସକାଳେ ଗାଧାଇବା କୁ ନିକଟସ୍ଥ ବେଢ଼ାବନ୍ଧକୁ ଯାଇଥିଲେ । ପାଣିର ଗଭୀରତା ନ ଜାଣି ପାରିବାରୁ ବୁଡି ମରି ଯାଇଥିଲେ ।ପରିବାର ଲୋକ ବହୁ ଖୋଜାଖୋଜି କରିବାରୁ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ ।କିଛି ସମୟ ପରେ ତାଙ୍କର ମୃତଦେହ ପାଣି ଉପରକୁ ଭାସୁଥିବା ଦେଖିବାକୁ ପାଇଥିଲେ ।ଏନେଇ ପରିବାର ଲୋକ ପାପଡାହାଣ୍ଡି ଥାନାକୁ ଖବର ଦେବାପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ସରପଞ୍ଚ ଜଗତ ଜୀବନ ନାୟକ ,ଯୁଗଳ ବିଶୋଇ ,ଲିଙ୍ଗରାଜ ଭତ୍ରା ପ୍ରମୁଖ ପହଞ୍ଚି ଥିଲେ । ଏନେଇ ପାପଡାହାଣ୍ଡି ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର