ଦାମନଯୋଡି,୦୫/୧୦:-ଅବ୍ୟବସ୍ଥିତ ଜୀବନଶୈଳୀ,ଦିନଚର୍ଯ୍ୟା, ସଚେତନତା ଅଭାବ ଓ କୁପୋଷଣ ରୋଗର କାରଣ।ଏହିକଥା କହିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର।ସାମ୍ବାଦିକଙ୍କ ପକ୍ଷରୁ ପ୍ରଫେସର ମହାପାତ୍ରଙ୍କୁ ଯୋଡାମୁଣ୍ଡ କାଳିଆ ବଳିଆର ଅସ୍ତ୍ରୋପଚାର ଓ ଓଡିଶାର ସ୍ବାସ୍ଥ୍ୟସେବା ସଙ୍କ୍ରାନ୍ତ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ।ପ୍ରତି ତିରିଶ ଲକ୍ଷରେ ଏଭଳି ଗୋଟାଏ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ ଗ୍ରହଣ କରବା,ଜନ୍ମ ପରେ ମୃତ୍ୟୁ ହେବା,ଯଦିବା କିଞ୍ଚିତ ବଞ୍ଚି ରହନ୍ତି ସେମାନଙ୍କ ସମସ୍ଯା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ଘଟଣା ଅଟେ।ଯୋଡାମୁଣ୍ଡକୁ ନେ଼ଇ ବିଶ୍ବରେ କରାଯାଇଥିବା ସର୍ଭେ , ଆର୍ଜେଣ୍ଟିନା,ନ୍ୟୁୟର୍କ,ଲଣ୍ଡନ ଓ କେପଟାଉନରେ ହୋଇଥିବା ପ୍ରଶିକ୍ଷଣ,ଜନହକିନସ୍ ରେ ପ୍ରଥମ ଯୋଡାମୁଣ୍ଡ ଶିଶୁ ଅପରେସନ ଆଦି ବିଷୟରେ ଡାକ୍ତର ମହାପାତ୍ର ଆଲୋକପାତ କରିଥିଲେ।ଓଡ଼ିଶାରେ କ୍ଯାନସର,ମେଲେରିଆ,କୁପୋଷଣ ସଂଖ୍ଯା ଅଧିକ ଥିବାର ଜଣାଇଥିଲେ ।ଆମର ଅବ୍ୟବସ୍ଥିତ ଜୀବନଶୈଳୀ ଓ ଦିନଚର୍ଯ୍ୟା ଯୋଗୁଁ ଆମେ ବିଭିନ୍ନ ରୋଗର ଶିକାର ହେଉଥିବା କହିଥିଲେ।ନିୟମିତ ସମୟ ଅନୁଯାୟୀ ଖାଇବା,ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ,ଦିନଚର୍ଯ୍ୟାରେ ସମୟାନୁବର୍ତ୍ତି ହେବା,ସୁଷମ ଖାଦ୍ୟ ଖାଇବା,ଖାଦ୍ୟରେ ନିୟମିତ ଫଳମୂଳ ଓ ପନିପରିବା ଖାଇବା ଦ୍ୱାରା ଆମେ ସୁସ୍ଥ ରହିପାରିବା ବୋଲି ଡ଼ଃ ମହାପାତ୍ର କହିଥିଲେ।ନିୟମିତ ରକ୍ତଚାପ ଓ ରକ୍ତ ଶର୍କରା ପରୀକ୍ଷା ଦ୍ଵାରା କିଭଳି ଜଟିଳ ରୋଗ ସବୁକୁ ଦୂରେଇ ହେବ ସେ ବିଷୟରେ ବୁଝାଇ ଥିଲେ।ସମସ୍ତଙ୍କ ପାଇଁ ଉନ୍ନତ ମାନର ଚିକିତ୍ସା ସୁବିଧା ନିମନ୍ତେ ଅର୍ଥ,ସ୍ବାସ୍ଥ୍ୟ ଭିତ୍ତିଭୂମୀ ଓ ଡାକ୍ତରଙ୍କ ଅଭାବ ପ୍ରମୁଖ କାରଣ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କିପରି ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା କରି ଏମ୍ସର ବିସ୍ତାର କରାଯାଇଥିଲା ସେ ଉପରେ ଆଲୋକପାତ କରିଥିଲେ।ଆଧ୍ୟାତ୍ମିକ ଭାବଧାରାର ଅଭାବ କିପରି ମଣିଷକୁ ବିପଥଗାମୀ କରାଏ ତା'ଉପରେ ଦର୍ଶାଇଥିଲେ।ଏକ ଦେୟମୁକ୍ତ ତଥା ସଂଙ୍କଟ ମୋଚନ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଶ୍ରୀଅଭୟ ଆଞ୍ଜେନେୟ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।ଡକ୍ଟର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ସଦସ୍ଯ ଥିବା ଡ଼ଃ ମହାପାତ୍ରଙ୍କ ସହିତ ରମାକାନ୍ତ ମିଶ୍ର,ବିଜୟ କୁମାର ମହାନ୍ତି,ଝାଡେଶ୍ବର ପ୍ରଧାନ ପ୍ରମୁଖ ଆଜି ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିର, ମା'କଣ୍ଟାବାଉଁଶୁଣୀଙ୍କ ପୀଠ,ଶ୍ରୀଅଭୟ ଆଞ୍ଜେନେୟଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ।ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ସେମାନଙ୍କୁ ଭବ୍ଯ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆଲୋକ ଚୌଧୁରୀ,ଅନାମ ଚରଣ ନାୟକ,ଡଃ ଅଶୋକ କୁମାର ମହାନ୍ତି,ଜଳେନ୍ଦ୍ର ତ୍ରିପାଠୀ,ମାନସ ରଞ୍ଜନ କର,ସୁଦର୍ଶନ ସେନାପତି,ଦେବେନ୍ଦ୍ର କୁମାର ରାଜୁ,ରବୀନ୍ଦ୍ର କୁମାର ମୁଦୁଲି ଓ ବିଜୟ କୁମାର ଆଚାର୍ଯ୍ଯ ପ୍ରମୁଖ ସଂସ୍କୃତି ସମ୍ପନ୍ନ ଦାମନଯୋଡିର ନାଲକୋ ଟାଉନସିପ ପରିଦର୍ଶନ ବେଳେ ଉପସ୍ଥିତ ଥିଲେ।