ଭଞ୍ଜନଗର,୦୫/୧୦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜର ଜାତୀୟ ସେବା ଯୋଜନା କୋ- ୟୁନିଟ୍, ଯୁବ ରେଡକ୍ରସ ଶାଖା ଓ ମୋ କଲେଜ ତରଫରୁ ମିଳିତ ଆନୁକୁଲ୍ୟରେ ସାଇବର ସୁରକ୍ଷା ସଚ଼େତନତା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ସନାତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବିଭିନ୍ନ ସାଇବର ଠକେଇ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ସଭାପତି ତଥା ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଠକେଇର ସୁରକ୍ଷା ନିମିତ ବିଭିନ୍ନ ମାର୍ଗ ଦର୍ଶନ କରିବା ସହିତ ନିଜର ବ୍ୟକ୍ତିଗତ ସମ୍ପର୍କିତ କୌଣସି ତଥ୍ୟ ଅପରିଚିତ ବ୍ୟକ୍ତିଙ୍କୁ ନଦେବା ପାଇଁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଠକେଇକୁ ପ୍ରତିରୋଧ କରିବା ପାଇଁ ବହୁ ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ, ପଞ୍ଚାନନ ପଲାଇ,ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ଉପସ୍ଥିତ ଥିଲେ । ପରିଶେଷରେ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ନିରଞ୍ଜନ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଡି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ କାମେଶ୍ୱର ଗୌଡ଼, ଓମ୍ ପ୍ରକାଶ ପ୍ରଧାନ, ସନ୍ତୋଷ କୁମାର ରଥ, ଶୁଭଲକ୍ଷ୍ମୀ ପ୍ରଧାନ, ବିଷ୍ଣୁ ପ୍ରିୟା ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ସୁଜାତା ପ୍ରଧାନ, ଆଲିଶା ପ୍ରଧାନ , ତୋଫାରଣି ପ୍ରଧାନ ଓ କାଜଲ ସେଠି ପ୍ରମୁଖ ସହଯୋଗ କରିଥିଲେ ।