Tuesday, August 23, 2022
Homeଧରାକୋଟ ବ୍ଲକରେ ରେ ବି ଜେ ଡି ର ଜନସଂପର୍କ ପଦଯାତ୍ରା

ଧରାକୋଟ ବ୍ଲକରେ ରେ ବି ଜେ ଡି ର ଜନସଂପର୍କ ପଦଯାତ୍ରା

ଧରାକୋଟ,5/10/23 ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି  ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସାନଖେମୁଣ୍ଡି  ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା  ନନ୍ଦିନୀ ଦେବୀ ଙ୍କ ନେତୃତ୍ୱ ରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକ ର 29 ଓ 30 ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଜଗମୋହନ, ଝରପାରି, ଝାଡ଼ବନ୍ଧ, ସିଙ୍ଗିପୁର, ବରଡ଼ାବିଲି  ଜାହାଡା , ରୁଗୁମୁ, ଓଳମ୍ୱା, ବାହାରପୁର, ମାଣିକପୁର, ସାବା, ବଳରାମ ପୁର  ଓ  ମଛାକୋଟ ପଞ୍ଚାୟତ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ଟୁକୁନା ଗୌଡ଼ , ସମସ୍ତ ପଞ୍ଚାୟତ ଗୁଡିକ ର ସରପଞ୍ଚ, ସମିତି ସଭ୍ୟ ଏବଂ   ବିଜୁ ଜନତା ଦଳ ର ସମସ୍ତ କର୍ମୀ  ଲୋକମାନଙ୍କ ପାଖକୁ ଯାଇ ଓଡିଶା ସରକାର ସମସ୍ତ ପ୍ରକାର ର ଉନ୍ନତି ମୂଳକ ଓ ଜନହିତକରୀ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ  ବୁଝାଇବା ସହ ସରକାର ଙ୍କ ସବୁ ଉନ୍ନତି ମୂଳକ ଯୋଜନା ଗୁଡିକ ଯେପରି ତୃଣମୂଳ ସ୍ତରରେ ପହଞ୍ଚି ପାରିବ ଏବଂ ଲୋକେ ଯେପରି ସେଥିରୁ ଉପକୃତ ହୋଇପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!