Tuesday, August 23, 2022
Homeଧରାକୋଟ, ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ଖର୍ଚ୍ଚ ହେବ ଦୁଇ କୋଟି ଟଙ୍କା

ଧରାକୋଟ, ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ଖର୍ଚ୍ଚ ହେବ ଦୁଇ କୋଟି ଟଙ୍କା

ଧରାକୋଟ,5/10/23 
ଧରାକୋଟ ସ୍ଥିତ 183 ବର୍ଷର ପୁରାତନ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଥିପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସଂପ୍ରତି ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକର ପୁରାତନ ମନ୍ଦିର ଗୁଡ଼ିକର ନବୀକରଣ ପାଇଁ ଏକ ବ୍ୟୟ ଅଟକଳ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସଚିବଙ୍କୁ ପ୍ରଦାନ କରାଯାଇଛି । ଏହି ତାଲିକାରେ ଧରାକୋଟ ଗଡର ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ପାଇଁ ଦୁଇ କୋଟି ଟଙ୍କାର ଅଟକଳ କରାଯାଇଛି। ପ୍ରକାଶ ଯୋଗ୍ୟ ଧରାକୋଟ ଗଡର ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ତତ୍କାଳୀନ ରାଜା ସ୍ୱର୍ଗତ ରଘୁନାଥ ସିଂହ 1836 ମସିହାରେ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରାଜା ସ୍ବର୍ଗତ ମଦନ ମୋହନ ସିଂହଦେଓ ନିର୍ମାଣ କାର୍ଯ୍ୟ ର ସମ୍ପନ୍ନ କରିଥିଲେ । ବହୁ ବର୍ଷ ର ପୁରାତନ ଏହି ମନ୍ଦିରର ମରାମତି କାର୍ଯ୍ୟ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ଵ ବିଭାଗ ତରଫରୁ ବିଭିନ୍ନ ସମୟରେ ହୋଇ ଆସୁଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ପରି ହେଉଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଏହାର ଉନ୍ନତିକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଥିପାଇଁ ଅଞ୍ଚଳବସୀ ଏବଂ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଅନ୍ୟ ପଟରେ ରାଜମାତା ନନ୍ଦିନୀ ଦେବୀ ଓ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!