Tuesday, August 23, 2022
Homeମାଥାଲପୁ୍ଟରେ ଆୟୁଷ୍ମାନ୍ ଭଵଃ ସ୍ବାସ୍ଥ୍ୟମେଳା

ମାଥାଲପୁ୍ଟରେ ଆୟୁଷ୍ମାନ୍ ଭଵଃ ସ୍ବାସ୍ଥ୍ୟମେଳା

ଦାମନଯୋଡି,୦୫/୧୦:- ‘ଆୟୁଷ୍ମାନ୍ ଭଵଃ’ ଅଭିଯାନରେ କୋରାପୁଟ ବ୍ଲକ ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଏକ ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଓପିଡିରେ ବିନାମୂଲ୍ୟରେ ରୋଗ ଚିହ୍ନଟ ଓ ଔଷଧ ବିତରଣ, ଟେଲି ପରାମର୍ଶ ସେବା,ଅଣ ସଂକ୍ରାମକ ରୋଗ ଚିହ୍ନଟ,ଯୋଗ/ଆରୋଗ୍ୟ ଅଧିବେଶନ,ଆଭା ଆଇଡି ତିଆରି ଓ ସ୍ୱାସ୍ଥ୍ୟସେବା ପ୍ରତି ସଚେତନତା ସୃଷ୍ଟି ଆଦି କରାଯାଇଥିଲା।ଆଖପାଖ ଅଞ୍ଚଳରୁ ୩୧୬ଜଣ ରୋଗୀ ସ୍ବାସ୍ଥ୍ୟମେଳାରେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସ୍ବାସ୍ଥ୍ୟମେଳାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା.ଅର୍ପିକା ଅପରାଜିତା ବେହେରାଙ୍କ ସହିତ ଡା.ଜ୍ଞାନରଞ୍ଜନ ବିଷୋୟୀ, ଡା.ଶିବାଶିଷ ମିଶ୍ର,ଡା.ମାର୍ଶାଲିନ ବିଶ୍ଵାଳ ଓ ଚକ୍ଷୁ ସହାୟକ ବିଜୟ କୁମାର ଆଚାର୍ଯ୍ୟ ରୋଗୀ ଚିକିତ୍ସା କରିଥିଲେ।ଭାରପ୍ରାପ୍ତ ପିଏଚଇଓ ମକର ଜାନି,ସୁପରଭାଇଜର ରାଧିକା ସୋରେନ,ବିଡିଏମ ରାଜେନ୍ଦ୍ର ବେହେରା,ଫାର୍ମାସିଷ୍ଟ ଗଣେଶ ବେହେରା,ମାନସ କୁମାର ସ୍ବାଇଁ ଓ ଚିନ୍ମୟୀ ଆଚାର୍ଯ୍ୟଙ୍କ ସହିତ ଏଲଟି ସୁକେତ ବିଶୋଇ,ଏନସିଡି କାଉନସିଲର ତାପସୀ କୁମାରୀ ଜେନା,ସିଏଚଓ ସଂଗୀତା ମଣ୍ଡଳ,ବବିତା ନାୟକ, ଅବିନାଶ ଦାସ,ସ୍ବାସ୍ଥ୍ୟକର୍ମୀ ସୁଶାନ୍ତ କୁମାର ଭଞ୍ଜ,ଶୁଭକାନ୍ତ ଦାସ,ପୁଷ୍ପାଞ୍ଜଳି ରାଉତରାୟ,ଏମଆରଏ ଗୌରୀ ଶଙ୍କର ସାଉନ୍ତା ବିଭିନ୍ନ ସେବା ଯୋଗାଇଥିଲେ। କର୍ମଚାରୀ ମୀନ ସାଉନ୍ତାଙ୍କ ସହ ଅଭିରାମ ଜାନି,ଈଶ୍ୱର ଜାନି,ଲିଙ୍ଗରାଜ ଦିଶାରି ଓ ଆଶାକର୍ମୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ପ୍ରତି ସୋମବାର ଓପିଡିରେ ଏହି ମେଳା ଅନଷ୍ଠିତ ହେଵ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଟପ୍ନୋ କହିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!