Tuesday, August 23, 2022
Homeମଦୁଆଙ୍କ ଆଡ୍ଡାସ୍ଥଳୀ ପାଲିଟିଛି ଡାବୁଗାଁ ସ୍ଥିତ ମିଶନଶକ୍ତି ଗୃହ

ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲିଟିଛି ଡାବୁଗାଁ ସ୍ଥିତ ମିଶନଶକ୍ତି ଗୃହ

ନବରଙ୍ଗପୁର:-ରକ୍ଷଣାବେକ୍ଷଣ ଅଭାବରୁ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲିଟିଛି ଡାବୁଗାଁ ସ୍ଥିତ ମିଶନଶକ୍ତି ଗୃହ । ସରକାରଙ୍କ ତରଫରୁ ନାରୀମାନଙ୍କ ସୁବିଧା ପାଇଁ ଯେଉଁ ମିସନଶକ୍ତି ଯୋଜନାରେ ମହିଳାମାନେ ସ୍ବାବଲମ୍ବୀ ହେବା ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯାଇ ସେମାନେ କିପରି ରୋଜଗାରକ୍ଷମ ହୋଇ ପାରିବେ ସେ ନେଇ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏବଂ ପ୍ରତି ପଂଚାୟତରେ ଗୋଟିଏ ଗୋଟିଏ ମିସଂଶକ୍ତି ଗୃହ ନିର୍ମାଣ କରିଛନ୍ତି । କିନ୍ତୁ ଡାବୁଗାଁ ବ୍ଲକରେ ଗୋଟିଏ ବି ମିଶନଶକ୍ତି ଗୃହ  କାମରେ ଲାଗିନୀ । ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ  ମିଶନଶକ୍ତି ଗୃହର ଯଦି ଏଭଳି ଅବସ୍ଥା ତେବେ ଡାବୁଗାଁ ବ୍ଲକସ୍ଥିତ ଅନ୍ୟ ପଞ୍ଚାୟତ ମାନଙ୍କରେ ଏହା କିଭଳି ଅବସ୍ଥାରେ ଥିବ ତାହା ସ୍ୱଷ୍ଟରୂପରେ ଜଣା ପଡୁଛି ।ଯାହାବି ହେଉ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଇ  ଏହାର ରକ୍ଷଣାବେକ୍ଷଣ ର ବ୍ୟବସ୍ଥା କଲେ  ଏହା ଆଗାମୀ ଦିନରେ ମହିଳାସ୍ୱୟଂ ସହାୟତାଗ୍ରୁପ ମାନଙ୍କ କାମରେ ଲାଗିପାରନ୍ତା ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!