Tuesday, August 23, 2022
Homeଅକ୍ଟୋବର ୨ରୁ ଅକ୍ଟୋବର ୧୧ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା

ଅକ୍ଟୋବର ୨ରୁ ଅକ୍ଟୋବର ୧୧ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ୧୦ଦିନ ଧରି ଜନସମ୍ପର୍କ ପଦଯାତ୍ରା କରି ଲୋକ ଙ୍କ ପାଖରେ ବାର୍ତା ପହଞ୍ଚାଓ l ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଦିନରେ ହିଞ୍ଜିଳିକାଟୁ ବ୍ଲକ୍ ର ୬୮ନମ୍ୱର୍ ଜିଲ୍ଲାପରିଷଦ ସଭ୍ୟ ଏ  ସୁଦର୍ଶନ ଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା ୬୮ନମ୍ବର ଜୋନ ରେ ଜନସମ୍ପର୍କ ପଦଯାତ୍ରା l ଏଥିରେ ବିଭିନ୍ନ ଗ୍ରାମରୁ ବହୁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଏହି ଶୋଭାଯାତ୍ରାରେ ହିଞ୍ଜିଳି ବିଧାୟକ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ୍ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗଞ୍ଜାମ ଜିଲ୍ଲା ଗ୍ରୀଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ଡି ବିଶ୍ଵନାଥ, ହିଞ୍ଜିଳିକାଟୁ ବ୍ଲକ୍ ଅଧକ୍ଷ୍ୟା ସରସ୍ଵତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁ, ଜିଲ୍ଲାପରିଷଦ ସଭ୍ୟା ବି ଗୀତାଞ୍ଜଳୀ, ବ୍ଲକ୍ ଯୁବ ସଭାପତି ମନୋଜ ସାବତ ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପଦଯାତ୍ରା ସମୟରେ ଯୋଗ ଦେଇ ଶାନ୍ତିଶୃଙ୍ଖଳା ସହିତ ସଫଳ କରିଥିଲେ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!