Tuesday, August 23, 2022
Homeରାଜ୍ୟ ସରପଞ୍ଚ ମହାସଂଘ ଧାରଣା କୁ ଦୃଢ଼ୀଭୁତ ପାଇଁ ରାମଚଣ୍ଡୀ ଠାରେ ମହାକାଳପଡ଼ା ଶାଖାର ବୈଠକ l

ରାଜ୍ୟ ସରପଞ୍ଚ ମହାସଂଘ ଧାରଣା କୁ ଦୃଢ଼ୀଭୁତ ପାଇଁ ରାମଚଣ୍ଡୀ ଠାରେ ମହାକାଳପଡ଼ା ଶାଖାର ବୈଠକ l

ମହାକାଳପଡ଼ା  04/10/23 ଗଣତନ୍ତ୍ର ରାଷ୍ଟ୍ର ରେ  ତ୍ରିସ୍ତରୀୟ ପଂଚାୟତ ରାଜ ବ୍ୟବସ୍ଥା  ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି l କ୍ଷମତା ବିକେନ୍ଦ୍ରୀକରଣ ଲକ୍ଷ୍ୟରେ ପ୍ରଣୀତ ଥ୍ରୀଟାୟାର ଷ୍ଟ୍ରକ୍ଚର  ଓଡ଼ିଶାର ଅମଲାରାଜ ସରକାର ରେ ଦୋହଲି ଯାଇଛି l ପଂଚାୟତ ନିର୍ବାଚନ ସମୟରେ  ସାଧାରଣ ଜନତାଙ୍କୁ ପ୍ରତିଶୃତି ଦେଇ ନିର୍ବାଚିତ ସରପଞ୍ଚ  ମାନେ ଆଜି ଲୋକହସl ହେଉଛନ୍ତି l ନାଁ କୁ ମାତ୍ର ପଞ୍ଚାୟତରେ  ଅନୁଷ୍ଠିତ ପଲ୍ଲିସଭା ରେ   ଗୃହୀତ ଅଧିକାଂଶ ପ୍ରକଳ୍ପ ପଂଚାୟତ ସମିତିରେ ଅନୁମୋଦିତ ହୋଇପାରୁନି l  ପ୍ରକଳ୍ପ କାର୍ଯ୍ୟlନ୍ୱୟନ ପାଇଁ  ଗ୍ରାମସଭା ର ଆବଶ୍ୟକତା ଥିବା ବେଳେ ଡିପାର୍ଟମେଣ୍ଟାଲ କାର୍ଯ୍ୟାଦେଶ ରାଜ୍ୟସରକାର ଗୁରୁତ୍ୱ ଦେଉଛନ୍ତି l ପଂଚାୟତକୁ  ମିଳୁଥିବା ସିଏଫସୀ, ଏସଏଫସୀ ଅର୍ଥ କୁ ବ୍ୟବହାର ପାଇଁ ସମିତି ପଟୁ ନିର୍ଦ୍ଦେଶ ର ଆବଶ୍ୟକତା ରହିଛି l ଏପରିକି" ଆମ ଓଡିଶା ନବୀନ ଓଡିଶା " ରେ  ପଂଚାୟତ କୁ ମିଳିଥିବା ୫0ଲକ୍ଷ ର ବିନିଯୋଗ ଅଧିକାଂଶ ସରପଞ୍ଚ ଙ୍କ ଅଗୋଚର ରେ ଚାଲିଛି l  ଏଭଳି ଅବ୍ୟବସ୍ଥା ରେ ନିଃସହାୟ ଅନୁଭବକରି   ୧୫ ଦଫା ଦାବି ନେଇ  ସରପଞ୍ଚ ରାଜ୍ୟ ମହାସଂଘ ଧାରଣାକୁ ଓହ୍ଲାଇଛି l ଜିଲ୍ଲା ଓ ପରେ ରାଜରାସ୍ତା ରେ ସରପଞ୍ଚ ମାନେ ଧାରଣା ଜାରି ରଖିଛନ୍ତି l ପ୍ରତ୍ୟେକ ଜିଲ୍ଲାସଙ୍ଘ ର କର୍ମକର୍ତ୍ତା ଓ ରାଜ୍ୟ ସଙ୍ଘ ର କର୍ମକର୍ତ୍ତା ଙ୍କ ସହିତ  ରାଜରାସ୍ତାରେ ପର୍ଯ୍ୟାୟ କ୍ରମେ ଜିଲ୍ଲା ଅନୁସାରେ ସରପଞ୍ଚ ମାନେ ସ୍ୱାଭିମାନ ପାଇଁ ଲଢେଇ କରୁଛନ୍ତି. l ଏହି ମର୍ମରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା  ପଂଚାୟତ ସମିତି ଅଧୀନ ସରପଞ୍ଚ ମାନେ ପ୍ରସିଦ୍ଧ ରାମଚଣ୍ଡୀ ପୀଠରେ ମଙ୍ଗଳ ବାର  ଆୟୋଜିତ ସଭାରେ ଯୋଗ ଦେଇଥିଲେ l ରାମନଗର ପଂଚାୟତର ସରପଞ୍ଚ ମିଲ୍ଳାନ କୁମାର ଦେବ ନାଥ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମିତି ଅଧୀନ ଅଧିକାଂଶ ସରପଞ୍ଚ ଯୋଗ ଦେଇ ରାଜ୍ୟ  ମହାସଂଘ  ର ପ୍ରତିବାଦ କୁ  ଦୃଢ଼ୀଭୂତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ଚଳିତ ମାସ ୫  ତାରିଖରେ କେନ୍ଦ୍ରାପଡା ଜିଲ୍ଲା  ସରପଞ୍ଚ ସଙ୍ଘ ସ୍ୱାଭିମାନ ଲଢେଇ ରେ ସାମିଲ ରହି ରାଜ୍ୟ  ସରକାର ଙ୍କୁ  ପ୍ରତିବାଦ ଜଣାଇବା ନେଇ ମହାକାଳପଡ଼ା ରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସର୍ବୋପରି ୪ତାରିଖରେ ଜିଲ୍ଲା ବୈଠକ ରେ ବ୍ଲକ ଅଧୀନ  ସମସ୍ତ  ସରପଞ୍ଚ ଯୋଗ ଦେବା ସହିତ ରାଜ୍ୟ ସ୍ତରୀୟ ପ୍ରତିବାଦ ରେ ପୂର୍ଣ୍ଣ ସାମିଲ ହେବା ନେଇ ସ୍ଥିରୀକୃତ ହୋଇଥିବାର ଜଣାପଡିଛି l ମଙ୍ଗଳବାର ବୈଠକରେ ତିଖିରି ସରପଞ୍ଚ ତଥା ଜିଲ୍ଲା ସଭାପତି ଚାମେଲୀ ଓଝା ଙ୍କ ସହିତ, ଖରିନାସି  ସରପଞ୍ଚ ବନିତା ରାଉତ, ଆମେଇପାଳ କାଞ୍ଚନ ସାହୁ, ଗୋଗୁଆ ପ୍ରମୋଦ ଦାସ, ବଉଳକଣୀର  ସାଲବେଗ ମାହାଳି,ମଙ୍ଗଳପୁର ମଞ୍ଜୁଲତା ସାମନ୍ତରାୟ ପେଟଛେଲା ପ୍ରସନ୍ନ ବେହେରା ବତୀଘର ଶିବାନୀ ବିଜୁଳି ଜମ୍ବୁ ବିନୟ ବସୁ ଆଦି ଉପସ୍ଥିତ ଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!