Tuesday, August 23, 2022
Homeଡାବୁଗାଁ ବ୍ଲକର ବୋରିଗାଁ ସହ ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାବୁଗାଁ ବ୍ଲକର ବୋରିଗାଁ ସହ ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର:-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ,ଘୋଡାଖୁଣ୍ଟା ଡାବୁଗାଁ ସହ ବ୍ଲକର ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ବକୃତା, ସଙ୍ଗୀତ, ସୃଜନ ଲିଖନ, ଶ୍ରୁତଲିଖନ ଓ ହସ୍ତାକ୍ଷର, ମଧ୍ୟାନ୍ନ ଭୋଜନ ଆର୍ଟ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା | ବୋରିଗାଁ ଠାରେ ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପିଙ୍କି ଗୁପ୍ତା ପରିଚାଳନ କରିଥିଲେ ସେଭଳି ଡ଼ାବୁଗାଁ ରେ ପ୍ରସନ୍ନ କୁମାର ଦଣ୍ଡସେନା ଓ  ଘୋଡ଼ାଖୁଣ୍ଟାରେ ହେମନ୍ତ ପଣ୍ଡା ପରିଚାଳନା କରିଥିଲେ |ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!