Tuesday, August 23, 2022
Homeଦାମନଯୋଡିରେ ସୁରକ୍ଷିତ ସାଇବର ଓଡ଼ିଶା ପାଇଁ ସଚେତନତା

ଦାମନଯୋଡିରେ ସୁରକ୍ଷିତ ସାଇବର ଓଡ଼ିଶା ପାଇଁ ସଚେତନତା

ଦାମନଯୋଡି,୦୩/୧୦:- ଦାମନଯୋଡିର ଭେଜାପୁଟ ନିକଟ ନାଲକୋ ଟାଉନସିପ ମୁଖ୍ୟ ଫାଟକ ବାହାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଭିନ୍ନ ଭିନ୍ନ କାଇଦା ଆପଣାଇ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ।ତେବେ ଏହି ଠକାମୀ ବିଷୟରେ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉଛନ୍ତି।ଅଶିକ୍ଷିତ,ଶିକ୍ଷିତ ସମସ୍ତେ ଏହାର ଶିକାର ହେଇଛନ୍ତି।ଦିନକୁ ଦିନ ବଢ଼ୁଥିବା ସାଇବର ଠକାମୀ ଓ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।କୋରାପୁଟ ଜିଲ୍ଲାରେ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନ ଅଭିଯାନ ରଥକୁ ମଙ୍ଗଳବାର ଦାମନଯୋଡିରେ ଭବ୍ୟ ସ୍ବାଗତ କରା ଯାଇଥିଲା।ଦାମନଯୋଡି ଆଦର୍ଶ ଥାନା ପକ୍ଷରୁ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।'ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ’ ଉଦ୍ଦେଶ୍ୟରେ ଏଥିରେ ସମାଜର ବିଭିନ୍ନ ଶ୍ରେଣୀର ଲୋକ ଏକତ୍ରିତ ହୋଇଥିଲେ।ଏଲସିଡି ଅଡିଓ ଭିଡିଓ ପ୍ରଦର୍ଶନ ସହ ସଚେତନ ଧର୍ମୀ ପଥପ୍ରାନ୍ତ ନାଟକ ପରିବେଷଣ ଓ ଲିଫଲେଟ ବିତରଣ ହୋଇଥିଲା।ବିଶେଷଜ୍ଞଙ୍କ ସହିତ ନିମନ୍ତ୍ରିତ ଅତିଥି ବକ୍ତବ୍ୟ ରଖି ସଚେତନ କରାଇଥିଲେ।ଓଡି଼ଶା ପୋଲିସ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମିଳିତ ଅଭିଯାନରେ ଏହି ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା,ଦାମନଯୋଡି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ,ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନ ଅଧିକାରୀ ଇନ୍ସପେକ୍ଟର ସତ୍ୟଭାମା ବେହେରା,ନାଲକୋ ମହାପ୍ରବନ୍ଧକ ବିନୟ ଠାକୁର,ଦାମନଯୋଡି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ହେମନ୍ତ କୁମାର ଦାସ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡ଼ଃ.ଅଶୋକ କୁମାର ମହାନ୍ତି,ଜିଲ୍ଲା ପରିଷଦ ସଦସ୍ୟ ମିହିର କୁମାର କୁଳଦୀପ,ମାଥାଲପୁଟ ସରପଞ୍ଚ ରଞ୍ଜିତା ଗୁରୁନା,ମରିଚମାଳ ସରପଞ୍ଚ ଲକ୍ଷ୍ମୀ ମସ୍ତିପୁଟିଆ ପ୍ରମୁଖ ମଞ୍ଚାସୀନ ଥିଲେ। ସାଇବର ସଚେତକ ଘୋଷକ ସୁନୀଲ କୁମାର ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ।ମାଥାଲପୁଟ ସ୍ଥିତ ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀ ଓ ମାଥାଲପୁଟ କଳାହାଣ୍ଡି କଲୋନୀ ଯୁବତୀଙ୍କ ପକ୍ଷରୁ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା।କୋରାପୁଟ କଲ୍ଚରାଲ ସୋସାଇଟି ପକ୍ଷରୁ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା।ଦାମନଯୋଡି ପୋଲିସ ଓ ନାଲକୋର ଘରୋଇ ଇଏସଏସ ସୁରକ୍ଷାବଳ ପକ୍ଷରୁ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଆଦି କରାଯାଇଥିଲା।
   

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!