Tuesday, August 23, 2022
Homeକୋଦଳା ଏନ ଏ ସି ରେ ବିଜେଡି ର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ।

କୋଦଳା ଏନ ଏ ସି ରେ ବିଜେଡି ର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ।

ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ପହଁଚିବ ବିଜେଡି । ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏଭଳି ଏକ ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ଆସନ୍ତା ଡିସେମ୍ବର ୨୬ରେ ବିଜେଡି ଦଳ ପ୍ରତିଷ୍ଠାକୁ ୨୬ ବର୍ଷ ପୂରିବ । ଦଳର ଏହି ୨୭ତମ ପ୍ରତିଷ୍ଠା ଦିବସକୁ ଲକ୍ଷ୍ୟରେ ରଖି ଜନସମ୍ପର୍କ ପଦଯାତ୍ରା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ପାଳନ କରାଯିବ । ସେହିକ୍ରମରେ ଆଜି କୋଦଳା ଏନ ଏ ସି ରେ ବିଧାୟିକା ଙ୍କ ନେତୃତ୍ୱ ରେ ଏକ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଖରୁଡ଼ା ସାହି ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏନ ଏ ସି ର ପ୍ରତ୍ୟେକ ୱାର୍ଡ ବୁଲି ସରକାରଙ୍କ ଜନାଭିମୁଖୀ ଯୋଜନା ସମ୍ପର୍କ ରେ ଲୋକଙ୍କୁ ସଚେତନତା କରାଯାଇଛି। ପୁରୁଣା ମାଛ ମାର୍କେଟ ନିକଟରେ ଏକ ପଥପ୍ରାନ୍ତ ସଭା କରାଯାଇ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାର ଙ୍କ ଯୋଜନା ତଥା ନଵୀନ ବାବୁଙ୍କ ଭାବମୂର୍ତ୍ତି ଓ ବିଶ୍ୱ ସ୍ତରରେ ଓଡିଶାର ସଫଳତା ଉପରେ ଆଲୋଚନା କରାଯାଇଥିଲା। ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବରିଷ୍ଠ ନେତା ରଞ୍ଜନ ପଲାଇ, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ପାଢ଼ୀ, ମଧୁମିତା ସାହୁ, ବେଗୁନିଆପଡା ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ଆସିକା ସମବାୟ ବ୍ୟାଙ୍କ ନିର୍ଦେଶକ ହୃଷିକେଶ ମେହେଣା, ସୂର୍ଯ୍ୟନାରାୟଣ ବଡୁ, ଭଗବାନ ପାଢ଼ୀ,ଏନ ଏ ସି ର ବିଜେଡି କାଉନଶୀଲର ଙ୍କ ସମେତ ଅନେକ ବିଜେଡି କର୍ମୀ ଯୋଗଦେଇ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!