Tuesday, August 23, 2022
Homeଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡା ଅଶୋକ କୁମାର ମହାପାତ୍ରଙ୍କ ଦାମନଯୋଡି ଗସ୍ତ

ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡା ଅଶୋକ କୁମାର ମହାପାତ୍ରଙ୍କ ଦାମନଯୋଡି ଗସ୍ତ

ଦାମନଯୋଡି,୨/୧୦: ମାଥାଲପୁଟ ସ୍ଥିତ ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟରେ ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉଦବୋଧନ ଦେଇଥିଲେ।ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ରମାକାନ୍ତ ମିଶ୍ର,ନାଲକୋର ସମୂହ ମହାପ୍ରବନ୍ଧକ ସୁରେଶ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଗାନ୍ଧୀଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସତ୍ଯ ଅହିଂସାର ପୂଜାରୀ,ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ନୀତି ଆଦର୍ଶ 'ଜୟ ଜବାନ,ଜୟ କିଷାନ' ପନ୍ଥା ଦେଶକୁ କିପରି ସ୍ବାଧୀନତା ଓ ପ୍ରଗତି ପଥରେ ବାଟ କଢାଇ ଥିଲା ସେ ପ୍ରସଙ୍ଗରେ ଆଲୋକପାତ କରିଥିଲେ ।ଡାକ୍ତର ଅଶୋକ କୁମାର ମହାପାତ୍ର ସୁସ୍ଥ ନୀରୋଗ ଜୀବନ,ସ୍ବାସ୍ଥ୍ୟ ଆଧ୍ୟାତ୍ମିକତା,ଗୀତାର ପ୍ରେରଣାଦାୟୀ ଜୀବନ ଦର୍ଶନର ତତ୍ତ୍ବ ଉପରେ ପୁଙ୍ଖାନୁପୁଙ୍ଖ ତଥ୍ଯ ଉପସ୍ଥାପନ କରିଥିଲେ ।ଯୋଡାମୁଣ୍ଡ କାଳିଆ ବଳିଆର ଅପରେସନ ତଥା ବିରଳ ଅସ୍ତ୍ରୋପଚାର ସଂପର୍କରେ ପିଲାମାନଙ୍କର ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାଉ, ଜୟନ୍ତିକା ପରିଡା,ଅରୁଣ କୁମାର ସୁତାର, କୃଷ୍ଣ ମୋହନ ପଟ୍ଟନାୟକ,ରାଜୀବ କୁମାର ନାୟକ, ଅନାମ ଚରଣ ନାୟକ,ସାନ୍ତନୁ କୁମାର ସାମଲ, ଦେବେନ୍ଦ୍ର କୁମାର ରାଜୁ,ନଳିନୀକାନ୍ତ ସେନାପତି ଉପସ୍ଥିତ ରହିଥିଲେ ।ଡଃ ଅଶୋକ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଶେଷରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାଉ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!