ଦାମନଯୋଡି,୨।୧୦: ଦାମନଯୋଡି ସ୍ଥିତ ନବରତ୍ନ କମ୍ପାନୀ ନାଲକୋର ଖଣି ଓ ପରିଶୋଧନ ପ୍ରକଳ୍ପ ପକ୍ଷରୁ ୧୫୪ତମ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି।ସେକ୍ଟର ତିନି ସ୍ଥିତ ଗାନ୍ଧି ଉଦ୍ୟାନରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ନାଲକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ ସୁଶିଲ କୁମାର ପାଢ଼ୀ ପୁଷ୍ପ ମାଲ୍ୟ ପ୍ରଦାନ ସହ ଧୂପ ଦ୍ବୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।ନାଲକୋ ମହାପ୍ରବନ୍ଧକ ସରୋଜ କୁମାର ନାଥଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇ.ଡି ଙ୍କ ସମେତ ସମୂହ ମହାପ୍ରବନ୍ଧକ ସୁରେଶ ଚନ୍ଦ୍ର ସାମଲ,କମଳ ଲୋଚନ ଜେନା,ସ୍ବରୂପ ମିଶ୍ର,ହିମାଂଶୁ ଶେଖର ପଣ୍ଡା ପ୍ରମୁଖ ଅଧିକାରୀଙ୍କ ସହିତ ବିଭିନ୍ନ ୟୁନିୟନ ଓ ଆସୋସିଏସନ୍ କର୍ମକର୍ତ୍ତା ଓ ସାଧାରଣ ଜନତା ମହାତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଗାନ୍ଧି ପାର୍କ ପାର୍ଶ୍ବ ରାସ୍ତାକୁ ଅଧିକାରୀ ଓ କର୍ମଚାରୀ ମିଳିତ ଭାବେ ସଫେଇ କରିଥିଲେ।ସ୍ବଛତା ହିଁ ସେବା ଅଭିଯାନରେ ସମସ୍ତ ଅଧିକାରୀ,କର୍ମଚାରୀ, ଠିକା କର୍ମଚାରୀ ମିଳିତ ଭାବେ କାର୍ଯ୍ୟ କଲେ ଆମ ପରିବେଶ ସୁସ୍ଥ ରହିବା ସହ ଆମେ ମଧ୍ୟ ସୁସ୍ଥ ରହିପାରିବା,ଏହା ହିଁ ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇ ପାରିବ ବୋଲି ଇ.ଡି ଶ୍ରୀ ପାଢ଼ୀ କହିଥିଲେ।ନାଲକୋ ଓ୍ବେଲଫେୟାର କମିଟି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଧିକାରୀ ଆଶିଷ କୁମାର ସାହୁ,ଅରୁଣ କୁମାର ମହାନ୍ତି ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର ଙ୍କ ସହିତ ଓ୍ବେଲଫେୟାର କମିଟି ସଦସ୍ୟ ପରିଚାଳନା କରିଥିଲେ।