ନବରଙ୍ଗପୁର:-ହିନ୍ଦୁ ମହାସଂଘ ପକ୍ଷରୁ ବିଶ୍ବହିନ୍ଦୁ ପରିଷଦ ର ସୌର୍ଯ୍ୟ ଜାଗରଣ ରଥ କୁ ଡାବୁଗାଁ ରେ ଭବ୍ୟ ସ୍ଵାଗତ କରା ଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ଜେ ରାଜଶେଖର ରାଓ, ମହେଶ ପାତ୍ର ଭବାନୀ ବାହିନୀ ଜିଲ୍ଲା ଉପାଧ୍ୟକ୍ଷା ମଙ୍ଗଳଦେଇ ଜାନୀ, କିରଣ ରାଓ ଏବଂ ପୁରୁଣା ଡାବୁଗାଁ ର ବିଭିନ୍ନ ସାହି ର ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ। ରଥ ସହ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି କୃପାରାମ ସାହୁ, ସୁନିଲ୍ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଦୂର୍ଗା ବାହିନୀ ପ୍ରମୁଖ ଗୀତାଞ୍ଜଳୀ ପଟ୍ଟନାୟକ, ବବିତା ସାହୁ, ଦୂର୍ଗା ବାହିନୀ ଡାବୁଗାଁ ପ୍ରମୁଖ ମନୋରମା ନାୟକ, ନିବେଦିତା ଭାରତୀ, ଗଙ୍ଗା ମହାଙ୍କୁଡ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସନ୍ଧ୍ୟା ରେ ଉମରକୋଟ ରେ ରଥ ପହଞ୍ଚିବା ପରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅଛି ବୋଲି କାର୍ଯ୍ୟକର୍ତ୍ତା ମାନେ ସୂଚନା ଦେଇଥିଲେ। ଏହି ପରି ହିନ୍ଦୁ ମହାସଂଘ ର ମିଡ଼ିଆ ପ୍ରଭାରୀ ଗୋରା ହରିଜନ, ପଞ୍ଚାୟତ ସଭାପତି ଜଳନ୍ଧର ସିଂ ଏବଂ ଅନ୍ୟମାନେ ମଧ୍ୟ ଜଟାବାଲ ରେ ଧୂମଧାମରେ ରଥକୁ ସ୍ବାଗତ କରିଥିଲେ। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ଯେ ବିଶ୍ବହିନ୍ଦୁ ପରିଷଦ ଭଳି ସମସ୍ତ ହିନ୍ଦୁ ସଂଗଠନ ର କାର୍ଯ୍ୟକ୍ରମ ରେ ହିନ୍ଦୁ ମହାସଂଘ ସକ୍ରିୟ ଭାବେ ଭାଗ ନେବ, କାରଣ ଯେଉଁଠି ହିନ୍ଦୁତ୍ବ ଅଛି ସେଠାରେ ହିନ୍ଦୁ ମହାସଂଘ ନିଶ୍ଚିତ ଭାବରେ ସକ୍ରିୟ ରହିବ । ପ୍ରତ୍ୟେକ ରାଷ୍ଟ୍ର ବାଦୀ ହିନ୍ଦୁ ସଂଗଠନ ସହ ତାଳମେଳ ରକ୍ଷାକରି ହିନ୍ଦୁ ମହାସଂଘ ଅଗ୍ରସର ହେବ ।