Tuesday, August 23, 2022
Homeଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଅବସରରେ ହିଞ୍ଜିଳି ବିଜେଡ଼ିର ଗାନ୍ଧୀ ଜୟନ୍ତୀ ପାଳନ

ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଅବସରରେ ହିଞ୍ଜିଳି ବିଜେଡ଼ିର ଗାନ୍ଧୀ ଜୟନ୍ତୀ ପାଳନ

ଆଜି ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଅବସରରେ ହିଞ୍ଜିଳି ବିଜେଡ଼ିର ଗାନ୍ଧୀ ଜୟନ୍ତୀ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମ ପୌର ପରିଷଦର ଅଧ୍ୟକ୍ଷ ସୁବାସ ପଲେଇ ଙ୍କ ଅଧ୍ୟକ୍ଷତାରେ ଏକ ଶୋଭାଯାତ୍ରା ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଡାକବଙ୍ଗଳା ଠାରୁ ବାହାରି ରଜାସାହି, ରମୁଣି ସାହି, ଥାନାସାହି ଦେଇ ବିଜୁପଟ୍ଟନାୟକ ଛକ ରେ ପହଞ୍ଚିଥିଲା l ସେଠାରେ ଥିବା ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଉଦବୋଧନ ଦେଇଥିଲେ l ଏଥିରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ମହାପାତ୍ର, ଓ ହିଞ୍ଜିଳି ବ୍ଲକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ଙ୍କ ସହିତ ଡି.ବିଶ୍ଵନାଥ, ଗଞ୍ଜାମ ଜିଲ୍ଲା ଗ୍ରିଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ଶିବରାମ ଗୌଡ଼ ଓ ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଇ. ସୁଦର୍ଶନ, ପ୍ରଦୀପ ପଣ୍ଡା ଏବଂ ସମସ୍ତ ୱାର୍ଡ଼ ମେମ୍ବର ବ୍ଲକ୍ ଯୁବ ସଭାପତି ମନୋଜ ସାବତ, ଏବଂ ସମସ୍ତ ସରପଞ୍ଚ ଯୋଗଦେଇଥିଲେ l ବିଭିନ୍ନ ପଞ୍ଚାୟତ ବିଜୁଜନତା ଦଳ କର୍ମୀମାନେ ଯୋଗ ଦେଇଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!