Tuesday, August 23, 2022
Homeଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉଦଯାପିତ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉଦଯାପିତ

ମାଲକାନଗିରି। ତା :୦୨/୧୦
 ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ  ଜିଲ୍ଲାପାଳ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଗତ କାଲି ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଶୁଭାରମ୍ଭ  ହୋଇଥିବା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଆଜି ଉଦଯାପନ ହୋଇଯାଇଛି । ଏହି ସମାରୋହର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝି ସୁସ୍ଥ ସମାଜ ଗଠନ ଦିଗରେ ବରିଷ୍ଠ ନାଗରିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ମତ ରଖିଥିଲେ ଏବଂ ଯୁବ ପିଢିଙ୍କୁ ଉଚିତ୍ ମାର୍ଗ ଦର୍ଶନ ଦେବା ନିମନ୍ତେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆହ୍ବାନ କରିଥିଲେ।  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ, ପଦ୍ମରଞ୍ଜନ ଦାସ,  ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ମହାରଣା,ଡ଼ା ଦୁର୍ଗା ପ୍ରସାଦ ରାଜ୍, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତି ପୂର୍ଣ୍ଣିମା ଡୁରୁକା ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ସସ୍ମିତା ସ୍ୱାଇଁ ମଞ୍ଚାସୀନ ଥିଲେ। ଦ୍ଵିତୀୟ ଦିବସ  ସମାରୋହରେ ପ୍ରଥମେ ସମସ୍ତ ବରିଷ୍ଠ ନାଗରିକ ଯୋଗ ଏବଂ ପ୍ରାଣାୟମ ସାରି ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ସଫେଇ  କାର୍ଯ୍ୟକ୍ରମ କରିଥିଲେ ।  ଡ଼.ଦୁର୍ଗା ପ୍ରସାଦ ରାଜ୍ ଙ୍କ ତତ୍ତ୍ଵାବଧାନରେ ସମସ୍ତ ବରିଷ୍ଠ ନାଗରିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବକ୍ତୃତା  ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା  ରେ କୃତିତ୍ୱ ଅର୍ଜନ କରିଥିବା ବରିଷ୍ଠ ଏବଂ କନିଷ୍ଠ ବର୍ଗର ୧୨ଜଣ ଛାତ୍ରଛାତ୍ରୀଙ୍କୁ  ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ହୋଇଥିବା ମ୍ୟୁଜିକାଲ  ଚେୟାର ଏବଂ ହାଣ୍ଡି ଭଙ୍ଗା ପ୍ରତିଯୋଗୀତାର ବିଜେତା ଙ୍କୁ ମଧ୍ୟ ମଞ୍ଚରେ ପୁରସ୍କାର ପ୍ରଦାନ କରାଯାଇଥିଲା l ମଧ୍ୟାହ୍ନ ଭୋଜନ ପରେ ଦିତୀୟ ଦିବସର  ସମରହୋ କୁ ସମାପ୍ତ କରାଯାଇଥିଲା। ପରିଶେଷରେ ରାଜୀବ ପୂଜାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ  ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ସଞ୍ଜୟ ସାମଲ ଓ ସୁକାନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!