Tuesday, August 23, 2022
Homeପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳ ପକ୍ଷରୁ ଜନ ଜନସଂପର୍କ ପଦଯାତ୍ରା ଆରମ୍ଭ

ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳ ପକ୍ଷରୁ ଜନ ଜନସଂପର୍କ ପଦଯାତ୍ରା ଆରମ୍ଭ


ପାରଳାଖେମୁଣ୍ଡି:୨/୧୦  ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ପବିତ୍ର ଗାନ୍ଧୀ  ଜୟନ୍ତୀ  ଉପଲକ୍ଷେ  ଗଜପତି ଜିଲ୍ଲା ବିଜୁ ଜନତା ଦଳ  ତରଫରୁ   ଜନ ସମ୍ପର୍କ ପଦଯାତ୍ରା  କାର୍ଯ୍ୟକ୍ରମ  ଆରମ୍ଭ ହୋଇଥିଲା । ଏହି ଅବସରରେ  ବିଜେଡ଼ି ପଦଯାତ୍ରା କଲେଜ ଛକରୁ ଆରମ୍ବ କରି ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଜୀ ଙ୍କ  ପ୍ରତିମୂର୍ତ୍ତିକୁ   ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  ଓ  କଲେଜ ଛକ ଠାରେ ଥିବା  ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ   ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଏହି ପରିପ୍ରେକ୍ଷୀରେ ବିଜେଡ଼ି  ଯୁବନେତା ଈଂ . ରୂପେଶ ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ  ଜଗବନ୍ଧୁ ଦାସ ବିଜେଡ଼ି ରାଜ୍ୟ ସଭାପତି ଶ୍ରୀ ବସନ୍ତ ଦାସ,ଶ୍ରୀ ମରୁତ ପାଲ  ଓ ଶ୍ରୀ ପ୍ରଦୀପ ନାୟକ ,  ଜିଲ୍ଲା ଉପସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲା ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକ  ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ପୌର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ,ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ  ବହୁ  ଯୁବ, ଛାତ୍ର, ମହିଳା, ବ୍ଲକ ସଭାପତି ବହୁ ସଂଖ୍ୟାରେ ଜନ ସାଧାରଣ  ଯୋଗଦେଇ ଏହି ପଦଯାତ୍ରାକୁ  ସାଫଲ୍ଯ ମଣ୍ଡିତ କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!