Tuesday, August 23, 2022
Homeସଂସ୍କୃତ ଶିକ୍ଷକ ସଂଘ ତରଫରୁ ସଂସ୍କୃତ ଦିବସ ପାଳିତ

ସଂସ୍କୃତ ଶିକ୍ଷକ ସଂଘ ତରଫରୁ ସଂସ୍କୃତ ଦିବସ ପାଳିତ

ମାଲକାନଗିରି।ତା:୦୨/୧୦
ମାଲକାନଗିରି ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ସଂସ୍କୃତ ଦିବସ ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘର ସଭାନେତ୍ରୀ  ରଶ୍ମିତା ମହାରଣା ପୌରହିତ୍ୟ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପଣ୍ଡିତ ଗୋଦାବରୀଶ ଦାସ ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଶରତ କୁମାର ଦାଶ ,ପଣ୍ଡିତ ବିନାୟକ ତ୍ରିପାଠୀ ଓ ପଣ୍ଡିତ ବାସୁଦେବ ପଣ୍ଡା ବେଦପାଠ କଲାପରେ ପଣ୍ଡିତ ସୁକୁମାର ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସୁପ୍ରୀତି କର, ଶୁଭସ୍ମିତା ନନ୍ଦ ଓ ସୋନିରାଣୀ ନାୟକ ସ୍ବାଗତ ସଂଗୀତ ଗାନ କରିଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା, ମୁଖ୍ୟବକ୍ତା ଭାବେ ନିଖିଳ ଉତ୍କଳ ସସ୍କୃତ ଶିକ୍ଷକ ମହାସଂଘର କାର୍ଯ୍ୟକାରୀ ସଭାପତି ପଣ୍ଡିତ ଅକ୍ଷୟ କୁମାର ଦାସ ଯୋଗଦେଇ ସଂସ୍କୃତ ଭାଷା ଓ ସଂସ୍କୃତ ଶିକ୍ଷକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ନିଖିଳ ଉତ୍କଳ ସସ୍କୃତ ଶିକ୍ଷକ ମହାସଂଘର କୋଷାଧ୍ୟକ୍ଷ ପଣ୍ଡିତ ଡଃ ବିଷ୍ଣୁ ଚରଣ ରାଉତ, ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ଦିପ କୁମାର ଦାସ, ଜିଲ୍ଲା ସସ୍କୃତ ଶିକ୍ଷକ ସଂଘର ମୁଖ୍ୟ ଉପଦେଷ୍ଟା ପଣ୍ଡିତ କରୁଣାକର ମଲିକ, ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ସାହୁ ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷାର ସୁରକ୍ଷା ଓ ସଂସ୍କୃତ ଶିକ୍ଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର ସମାଧାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ରାଜ୍ୟ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ଅବସର ଗ୍ରହଣ କରିଥିବା ଦୁଇ ବରିଷ୍ଠ ଶିକ୍ଷକ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ସେଠୀ ଓ ପଣ୍ଡିତ ପ୍ରମୋଦ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ପଣ୍ଡିତ ବିଭୂତି ଭୂଷଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ  ଜିଲ୍ଲାର ପ୍ରାୟ ୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ସାଫଲ୍ଯ ମଣ୍ଡିତ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!