Tuesday, August 23, 2022
Homeବିଜୁ ଜନତା ଦଳର ପଦଯାତ୍ରା

ବିଜୁ ଜନତା ଦଳର ପଦଯାତ୍ରା


ଶେରଗଡ଼ ତା ୦୨/୧୦/୨୦୨୩ରିଖ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 154 ତମ ଜନ୍ମଦିନ ଅବସରରେ ଶେରଗଡ଼ ବିଜୁ ଜନତା ଦଳ ତରଫରୁ ଏକ ଶୋଭାଯାତ୍ରା ଶେରଗଡ଼ ଥରେ ଅନୁଷ୍ଠିତ ହୋଇଯାଇଛି |ଶେରଗଡ଼ ଚାରିଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମହାମାନବ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଉପରେ ଉପସ୍ଥିତ ଦଳପ୍ରତିନିଧି ମାନେ ସମ୍ୟକ ଉଦବୋଧନ ଦେଇ ଶୋଭାଯାତ୍ରା ଆରମ୍ଭ କରିଥିଲେ |ଗାନ୍ଧିଜୀଙ୍କ ସମାଜସେବା ଓ ସ୍ୱଚ୍ଛ ଭାରତ ନିର୍ମାଣ  କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସଫେଇ କାର୍ଯ୍ୟ କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି |ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଶେରଗଡ଼ ବ୍ଲକର  ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ, , ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ ପଟ୍ଟନାୟକ, ବରିଷ୍ଠ ନେତା ହୃଷୀକେଶ ପାଢୀ, ହିନ ବେହେରା ସମେତ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ,  ସମୀର ପ୍ରଧାନ, ବରୁଣ ପୋଲାଇ, ସମସ୍ତ ଜନପ୍ରତିନିଧି ଓ ବିଜୁପ୍ରେମୀ ଉପସ୍ଥିତ ଥିଲେ |
ଗଞ୍ଜାମ ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!