ନବରଙ୍ଗପୁର:-ଡାବୁଗାଁ ବ୍ଲକର ବିଭନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ।ଆଜି ଅକ୍ଟୋବର ମାସ ୧ ତାରିଖ ଡାବୁଗାଁ ସଦର ମହକୁମା ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ,ବ୍ଲକ ପରିସରରେ ଦୁର୍ଗା ମଣ୍ଡପ ନିକଟରେ , ପ୍ରଥପ୍ରାନ୍ତ କେନ୍ଦ୍ର ସମ୍ମୁଖରେ ବ୍ଲକ କର୍ମଚାରୀ, ମେଡିକାଲ କର୍ମଚାରୀ ତଥା ସ୍ପ୍ରେଡ଼ ଏନଜିଓର କର୍ମଚାରୀ ମାନଙ୍କ ସହ କଲେଜ ଛାତ୍ରଛାତ୍ରୀ ସମସ୍ତେ ଆଜି "ଏକ ପରିବାର,ଏକ ଘଣ୍ଟା,ଏକ ଲକ୍ଷ୍ୟ ସଫେଇ ଅଭିଯାନରେ ସାମିଲ ହୋଇ ପରିବେଶ କୁ ସୁରକ୍ଷା ଦେବା ପାଇଁ ଚେଷ୍ଟା ଜାରି ରଖିଥିଲେ। ବ୍ଲକ ପରିସରରେ ହେଇଥିବା ସଫେଇ ଅଭିଯାନ ରୋ ସମ୍ପୂର୍ଣ୍ଣ ଦାଇତ୍ୱନେଇ ବ୍ଲକ ବିଆରସି ଅଭିଳାଷ ନାୟକ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବିଡ଼ିଓ ପଦ୍ମନାଵ ତ୍ରିପାଟି,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟି,ସାଂସଦ ପ୍ରତିନିଧି ଆପା ରାଓ,ସ୍ପ୍ରେଡ଼ ଏନଜିଓରୋ କର୍ମଚାରୀମାନେ।ଏଭଳି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡ: ସୁବାସିସ ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ଅଭିଯାନ ରେ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ କରିଥିଲେ। ଖାଲି ଅକ୍ଟୋବର ୧ ନାହିଁ ଯଦି ସାଧାରଣ ନାଗରିକ ମାନେ ନିଜେ ନିଜେ ପରିବେଶର ସୁରକ୍ଷା ପାଇଁ ଚେଷ୍ଟା ନକରନ୍ତି ତାହା ହେଲେ ପରିବେଶ ସୁରକ୍ଷା ହୋଇ ପାରିବ ନାହିଁ।ତେଣୁ ସମସ୍ତେ ସଚେତନ ହେଲେ ପରିବେଶ ସୁରକ୍ଷିତ ହେବ ତଥା ମଣିଷ ସମାଜ ସୁରକ୍ଷିତ ରହିବ।