Tuesday, August 23, 2022
Homeସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଦାମନଯୋଡି,୦୧/୧୦:- ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା “ସ୍ୱଚ୍ଛତା ହିଁ ସେବା” ଆଧାରରେ, ତାଙ୍କର ଜନ୍ମତିଥିର ଅବ୍ୟବହିତ ପୂର୍ବରୁ ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମଗ୍ର ଦେଶ ସହ ରବିବାର ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲା।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ତ୍ଵାବଧାନରେ ତଥା ବିପିଏମ ନୂତନ ସିଂ ଓ ଭାରପ୍ରାପ୍ତ ପିଏଚଇଓ ମକର ଜାନିଙ୍କ ନେତୃତ୍ଵରେ ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଏହା ଅଧିନସ୍ଥ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମାନଙ୍କରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ପିଏଚଇଓ ମକର ଜାନିଙ୍କ ସହିତ ସୁପରଭାଇଜର ରାଧିକା ସୋରେନ,ଫାର୍ମାସିଷ୍ଟ ଗଣେଶ ବେହେରା,ସ୍ୱାସ୍ଥ୍ୟକର୍ମୀ କ୍ଷୀରପ୍ରଭା ସେଠୀ,କର୍ମଚାରୀ ମୀନ ସାଉନ୍ତା ଓ ଆଶାକର୍ମୀ ପ୍ରମୁଖ ଅଂଶ ଗ୍ରହଣ କରି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!