Tuesday, August 23, 2022
Homeନୀଳ ଜହର ବେପାରୀଙ୍କୁ ସାବାଡ଼ କରିଦେଲାଣି ପାଟପୁର ପୋଲିସ, ପୁଣି ୫୮.୦୫୦ କିଲୋଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ

ନୀଳ ଜହର ବେପାରୀଙ୍କୁ ସାବାଡ଼ କରିଦେଲାଣି ପାଟପୁର ପୋଲିସ, ପୁଣି ୫୮.୦୫୦ କିଲୋଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ

ନୀଳ ଜହର ବେପାରୀଙ୍କୁ ସାବାଡ଼ କରିଦେଲାଣି ପାଟପୁର ପୋଲିସ, ପୁଣି ୫୮.୦୫୦ କିଲୋଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ

ସାନଖେମୁଣ୍ଡି  :- ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଦ୍ୱାରା ୫୮.୦୫୦ କିଲୋଗ୍ରାମ ଗଞ୍ଜେଇ ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଅଛି l ୦୧/୧୦/୨୩ ତାରିଖରେ ବିଶେଷ ସୂତ୍ରରୁ ପାଟପୁର ପୋଲିସ ଗଞ୍ଜେଇ ର ଚୋରା ଚାଲାଣ ପାଇଁ କଂସାମାରି ଗ୍ରାମର ଏସ ରାଜେନ୍ଦ୍ର ଦୋରାଙ୍କ ଘରେ ଗଞ୍ଜେଇ ଗଛିତ ରଖିଥିବା ଖବର ପାଇ ସଦଳବଳେ ଚଢ଼ାଉ କରି ଘରେ ରଖିଥିବା ଗଞ୍ଜେଇ ଜବତ କରିବା ସହିତ ରାଜେନ୍ଦ୍ର ଦୋରାଙ୍କୁ ଗିରଫ କରିଥିଲା l ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ୫୮.୦୫୦ କିଲୋଗ୍ରାମ ର ଗଞ୍ଜେଇ ଥିବା ଜଣାପଡିଥିଲା l ଏନେଇ ପାଟପୁର ଥାନା କେଶ ନମ୍ବର ୬୨୬/୨୩ ରେ କେଶ କରି ଏସ ରାଜେନ୍ଦ୍ର ଦୋରାଙ୍କୁ କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ l ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ ପାଟପୁର ଥାନାରେ ଯୋଗଦେବା ଦିନଠାରୁ ନୀଳ ଜହର ବେପାରୀଙ୍କ ନିଦ ହଜାଇ ଦେଇଛନ୍ତି l ଏପରିକି ଅନେକ ଧୃତ ନୀଳ ଜହର ବେପାରୀଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଭିତରେ ଥିବା ବେଳେ ସେମାନଙ୍କ ଚେଲାମାନେ ଟିକିଏ ଟିକିଏ ମୁଣ୍ଡ ଟେକିବା ଆରମ୍ଭ କରୁଛନ୍ତି l କିନ୍ତୁ ଯେଉଁଠି ଧୃତ ନୀଳ ଜହର ବେପାରୀଙ୍କୁ ପାଟପୁର ପୋଲିସ ବୁଦ୍ଧି ଶିଖାଇ ସାରିଛି ସେଇଠି ଚେଲା କେତେଦିନ ତିଷ୍ଠିବେ l ପାଟପୁର ଥାନା ଅଧିକାରୀଙ୍କ ଭୟରେ ଅନେକ ଗଞ୍ଜେଇ ବେପାରୀ ଗାଁ ଛାଡି ରାଜ୍ୟ ବାହାରେ ରହୁଥିବା ଶୁଣିବାକୁ ମିଳୁଛି l
ଗଞ୍ଜାମ ସାନଖେମୁଣ୍ଡିରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!