*ଡାବୁଗାଁ ମଣ୍ଡଳ ରେ "ମେରି ମାଟି ମେରି ଦେଶ" କାର୍ଯ୍ୟକ୍ରମ*
ନବରଙ୍ଗପୁର:- ଡାବୁଗାଁ ରେ ଆଜି ମେରି ମାଟି ମେରି ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଚାଲିଛି। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ବୀର ଶହୀଦ ମାନଙ୍କ ସ୍ମୃତି ରେ ଗାଁ ଗାଁ ରୁ ପବିତ୍ର ମାଟି ସଂଗ୍ରହ କରି ଦିଲ୍ଲୀ ପଠାଇବା ପାଇଁ ଆଜି ଡାବୁଗାଁ ବ୍ଲକ ର ବିଭିନ୍ନ ଗାଁ ରେ ମାଟି ସଂଗ୍ରହ କରା ଯାଇଥିଲା। ଏହି ଅବସରରେ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ମନୋରମା ନାୟକ, ସାଧାରଣ ସଂପାଦକ ମହେଶ ପାତ୍ର, କିରଣ ରାଓ, ନରୁ ସିଂ, ରହିତ ରାଓ ଏବଂ ଅନ୍ୟମାନେ ଏହି କଥାଚିତ୍ରରେ ଭାଗ ନେଇ ଥିଲେ। ଏହି କାର୍ଯ୍ୟକ୍ରମ ର ଆଜି ହେଉଛି ଶେଷ ଦିନ ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର