*ଭିଜିଲାନ୍ସ ଜାଲରେ ଅଙ୍ଗନୱାଡ଼ି ସୁପରଭାଇଯର,ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ*
ନବରଂଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଅଙ୍ଗନୱାଡ଼ି ସୁପରଭାଇଜର ଜଣେ ଅଙ୍ଗନୱାଡ଼ି କର୍ମୀ ଙ୍କ ଠାରୁ ୫୪୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଅଙ୍ଗନୱାଡି ସୁପର ଭାଇଯର ରାଜେଶ୍ୱର ରାଜକୁମାରି ନାଗ ବନ୍ଦୀଗୁଡା ଅଙ୍ଗନବାଡି କର୍ମୀ ସୁଭାସିତା ପାତ୍ର ଙ୍କ ଠାରୁ ୨୦୨୨ ଅକ୍ଟୋବର ରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ପିଲାଙ୍କ ପାଈଁ ଆସୁଥିବା ପୋଷଣ ବାବଦ କୁ ଟଙ୍କାର ଲାଞ୍ଚ ୫୪୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଶୁକ୍ରବାର ଅରାହ୍ନ ସମୟରେ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଯୋଜନା ମୁତାବକ ଛକି ରହିଥିଲେ । ଲାଞ୍ଚ ଟଙ୍କା ନେବା ସମୟରେ ହତାହାତୀ ଧରିଲା ଭିଜିଲାନ୍ସ । ଖେଳନା ବାବଦ କୁ ଆସିଥିବା ୩ହଜାର ଟଙ୍କା କୁ ପ୍ରାୟ ୨୩ ଜଣ ଅଙ୍ଗନୱାଡ଼ି କର୍ମୀ ଙ୍କ ୨୦୦ ଟଙ୍କା ସହ ବନ୍ଦୀଗୁଡା ଅଙ୍ଗନବାଡି କର୍ମୀ ସୁଭସିତା ପାତ୍ରଙ୍କ ଠାରୁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଭିଜିଲାନ୍ସ ବିଭାଗ ସୁପରଭାଇଜର ଙ୍କୁ ଗିରଫ କରିଛି ।ଏହି ଚଡ଼ାଉ ରେ ଜଯପୁର ଭିଜିଲାନ୍ସ ବିଭାଗ ଡ଼ିଏସପି ଅଭୟ କୁମାର ପ୍ରଧାନ, ନବରଂଗପୁର ଭିଜିଲାନ୍ସ ଡିଏସପି ଜୟଶ୍ରୀ ପ୍ରଧାନ , ଭିଜିଲାନ୍ସ ଇନ୍ସପେକ୍ଟର ସରିତା ତ୍ରିପାଠୀ, ସୂର୍ଯ୍ୟକାନ୍ତି ଟାକ୍ରୀ,
ଦିଲୀପ ଭୂୟାଁ, ସନ୍ତୋଷ ପାଣିଗ୍ରାହୀ, ଅଜିତ ପାଢ଼ୀ, ସୀତାନସୁ ପଟନାୟକ ପ୍ରମୁଖ ସାମିଲ ଥିଲେ ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର