*ବିପଦ ସଙ୍କୁଳ ଅବସ୍ଥାରେ ଅଛି ଡାବୁଗାଁ ଠାରୁ ମାନିଗାଁ ରାସ୍ତାରେ ଥିବା ଅର୍ଦ୍ଧ ନିର୍ମିତ କଲଭଟ*
ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ରେ ପୂର୍ତ୍ତ ବିଭାଗ ଦ୍ଵାରା ଏକ କଲଭଟ ନିର୍ମିତ କରାଯାଉଛି ଯାହାକି ଗତ ୪ମାସ ହେଲା ଅର୍ଦ୍ଧ ନିର୍ମିତ ହେଇ ପଡି ରହିଛି । ବର୍ଷା ଯୋଗୁଁ କାମ ଆଗକୁ ବଢ଼ିପରିନାହିଁ କିମ୍ବା ଠିକାଦାରର ଇଚ୍ଛାଶକ୍ତି ଅବାବ ଯୋଗୁଁ କାମ ହେଉନାହିଁ ଏହା ଏକ ବଡ଼ ପ୍ରଶ୍ନବାଚି ସୃଷ୍ଟି କରୁଛି। ଯାତାୟତ ପାଇଁ ଡାଇଭସନ୍ ଦିଆ ଯାଇଥିଲା ବର୍ଷା ଯୋଗୁଁ ରାସ୍ତା ପୁରା ଖରାପ ହୋଇଯାଇଛି । ଏହି କାରଣ ଯୋଗୁଁ ଆର ପାଖ ଗ୍ରାମରୁ କୌଣସି ଲୋକ ରାସ୍ତା ରେ ଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଆସୁଛନ୍ତି କୌଣସି ନା କୌଣସି କାରଣରୁ ସେଠାରେ ଦୃଘଟଣା ଘଟୁଛି । କାରଣ ଏହି ଡାଇଭସନ୍ କୌଣସି ସଂକେତ ଦିଆ ଯାଇନାହିଁ । ବିନା ସଂକେତରେ ଏପରି କାର୍ଯ୍ୟକୁ କଣ ପ୍ରଶାସନ ଦେଖି ଅଣଦେଖା କରୁଛି ନା କୌଣସି ବଡ଼ ଦୃଘଟଣା କୁ ଅପେକ୍ଷା କରିଛି ତାହା ଜଣା ଯାଉନାହିଁ । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରେ ନିମ୍ନମାନର କାମ ଚାଲିଛି ବୋଲି ଜନସାଧାରଣ ଚର୍ଚ୍ଚା କରୁଛନ୍ତି । କାରଣ କୋଲଭଟ ଏବଂ ରାସ୍ତା ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ସଠିକ ଭାବରେ ବିଭାଗୀୟ କର୍ମଚାରୀ ଯାଞ୍ଚ କରୁଛନ୍ତି କି ନାହିଁ ତାହା ଜଣା ପଡୁନାହିଁ।ଏହି କାମରେ ସରକାରି ଅର୍ଥର ବାଟ ମାରଣା ହେଉଛି ତାହା ସ୍ବଷ୍ଟ ଜଣାପଡ଼ୁଛି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର