ଦାମନଯୋଡି,୨୯/୦୯:-ନାଲକୋରେ ନିୟୋଜିତ ଶିଳ୍ପ ସୁରକ୍ଷା ବାହିନୀ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଶୁକ୍ରବାର ମାଥାଲପୁଟ ସ୍ଥିତ ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟ ଓ ପାରିପାଶ୍ବିର୍କ ଅଞ୍ଚଳରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରଯାଇଥିଲା।କମାଣ୍ଡାଣ୍ଟ ସତୀଶ କୁମାର ସିଂହଙ୍କ ନେତୃତ୍ଵରେ ଶତାଧିକ ଶିଳ୍ପ ସୁରକ୍ଷା କର୍ମଚାରୀଏଥିରେ ଇନ୍ସପେକ୍ଟର ସୁଖେନ୍ କୁମାର ଜେନା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାଉ,ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟର ଛାତ୍ରୀମାନେ ସାମିଲ ହୋଇ ସ୍ବଚ୍ଛତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ ।ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ଭୂରିଭୂରି ପ୍ରଶଂସା କରିଥିଲେ।