Tuesday, August 23, 2022
Homeଶ୍ରୀଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମ

ଶ୍ରୀଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମ

ଦାମନଯୋଡି,୨୯/୦୯:- ନାଲକୋ ଟାଉନସିପ ସେକ୍ଟର-୧ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ପବିତ୍ର ଇନ୍ଦୁପୂର୍ଣ୍ଣିମା ଓ ଭାଗବତ ଜନ୍ମ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବତନ୍ତ୍ର ପୂଜାନୀତି ସହିତ ହୋମ,ଭାଗବତ ପାଠ ଆଦି ହୋଇଥିଲା।ପୂଜକ ଅଜୟ କୁମାର ପଣ୍ଡା, ବିଜୟ କୁମାର ପଣ୍ଡା ଓ ଅମିୟ କୁମାର ସାମନ୍ତରାୟ ପୂଜାନୀତି କରିଥିବା ବେଳେ ସନ୍ତୋଷ କୁମାର ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଅଲେଖ ନାୟକ,ଆର ଏନ ମୁଦୁଲି ଓ ଖଦାଳ ନାୟକ ପ୍ରମୁଖ ସହଯୋଗ କରିଥିଲେ।ଉଲ୍ଲେଖନୀୟ ଏହି ଦିନ ଭଗବାନ ବ୍ୟାସଦେବ ସଂସ୍କୃତରେ ଶ୍ରୀମଦ୍ଭାଗବତ ରଚନା ଆରମ୍ଭ କରିଥିଲେ।ଏହି ଭାଗବତରେ ଥିବା ପରମ ଧର୍ମ ଓ ଜ୍ଞାନ  ଆମ୍ଭମାନଙ୍କୁ ଜନ୍ମମୃତ୍ୟୁରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରାଇଥାଏ। ସାଧାରଣ ଦୈନନ୍ଦିନ ଜୀବନର ସମସ୍ତ ସକାରାତ୍ମକ ଉପାଦାନ ରହିଛି ଏହି ଉତ୍ସବରେ ମହାକାବ୍ୟରେ। ଅତିବଡି ଜଗନ୍ନାଥ ଦାସ ନବାକ୍ଷରୀ ଛନ୍ଦରେ ଓଡ଼ିଆ ଭାଗବତ ଲେଖିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!