କାଲିମେଳା, 29.9 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସହିଦଙ୍କ ସ୍ମୁତି "ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବା ଉଦ୍ଦେଷ୍ୟରେ ଦେଶ ମାତୃ ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସହିଦ ଯବାନଙ୍କ ଜନ୍ମ ସ୍ଥାନ ଏବଂ ଦେବାଳୟରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଜରିଆରେ ମାଟି ସଂଗ୍ରହ କରାଯାଉଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାଲିମେଳା ବିଜେପି ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀଙ୍କ ଙ୍କ ତତ୍ୱାବଧନାରେ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଙ୍କୁ ନେଇ ଏହି ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କାଲିମେଳା ହାଟପଦା ସ୍ଥିତ ରାଧାକୃଷ୍ଣ ମନ୍ଦିର, ପରେ ସହିଦ ସୋମନାଥ ମାଡକାମି ଙ୍କ ପରିବାର, ସହିଦ ରଞ୍ଜିତ ଖଣ୍ଡପାଣି ଙ୍କ ପରିବାର ରୁ ମାଟି ସଂଗ୍ରହ ପରେ ହନୁମାନ ମନ୍ଦିର ଏବଂ ଶେଷରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମାଲକାନାଗିରି ଜିଲ୍ଲାର ବିଜେପିର ଏସଟି ମୋର୍ଚା ସଭାପତି ସାଧାରଣ ସମ୍ପାଦକ ନରସିଂହ ମାଡକାମି, ମାଲକାନଗିରି ପଞ୍ଚାୟତ ସମିତି ଉପାଧକ୍ଷ ନିରଞ୍ଜନ ହାଲଦାର, ବିସ୍ତାରକ ଯୋଗୀୟା ଭାଇ ଙ୍କ ସହ କାଲିମେଳା ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ଉତ୍ତମ ରାୟ, ପୁର୍ବତନ ସରପଞ୍ଚ ବଜା ମାଡକାମି, ବିଧାୟକ ପ୍ରତିନିଧି ରାଜକିଶୋର ମଣ୍ଡଳ, କାଲିମେଳା ମଣ୍ଡଳ ସମ୍ପାଦକ ଶ୍ୟାମଳ ଭୌମିକ, ଘନଶ୍ୟାମ ବେହେରା, ମହିଳା ମୋର୍ଚା ସଭାପତି ଆଲ୍ଲାଦି ଅଧିକାରୀ, ଏକତା ମହିଳା ମଞ୍ଚର ସଭାନେତ୍ରୀ ମାଢ଼ି ପଦ୍ମାବତୀ ଙ୍କ ସମେତ ଅନ୍ୟନ୍ୟ ବିଜେପି ନେତା ଓ କର୍ମୀ ମାନେ ଘରକୁ ଘର ବୁଲି ମାଟି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା l ଏଥିରେ ସତାଧିକା ଲୋକ ସାମିଲ ହୋଇଥିଲେ l ଏହି ମାଟି ବ୍ଲକ ଏବଂ ପଞ୍ଚାୟତ ସ୍ତରରୁ ସଂଗ୍ରହ ହେବା ପରେ ଜିଲ୍ଲା ସ୍ତରକୁ ପଠାଯିବ ଏବଂ ସେଠାରୁ ରାଜ୍ୟ ସ୍ତରକୁ ପଠାଯିବାର ବ୍ୟବସ୍ଥା ରହିଛି l