Tuesday, August 23, 2022
Homeସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ ଜାତୀୟ ପର୍ଯ୍ୟଟନ ଦିବସ ପାଳିତ

ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ ଜାତୀୟ ପର୍ଯ୍ୟଟନ ଦିବସ ପାଳିତ

ବ୍ରହ୍ମପୁର, ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ ଜାତୀୟ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ।ଏଥିରେ ତିନୋଟି ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟ କବି ମାନଙ୍କର କବିତା ଆସର, ଦ୍ୱିତୀୟ ପର୍ଯ୍ୟାୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ,ଓ ତୃତୀୟ ପର୍ଯ୍ୟାୟ ରେ ସାମ୍ବାଦିକ ଭାଇ ମାନଙ୍କୁ ନେଇ ନାଟକ ଅସ୍ତ ସୂର୍ଯ୍ୟର ସ୍ବପ୍ନ ପରିବେଷଣ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ,ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, କମିସନର ଶ୍ରୀଯୁକ୍ତ ଯେକେ ସୋନାଲ, ଯୋଗ ଦେଇ ଦୀପ ପ୍ରଜ୍ବଳନ କରିଥିଲେ। ପରି ଶେଷରେ  ନାଟକରେ ମଞ୍ଚସ୍ଥ କରୁଥିବା ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପର୍ଯ୍ୟଟନ ଭାରତ ର ଉପଦେଷ୍ଟା ଶ୍ରୀଯୁକ୍ତ ନାରାୟଣ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!