Tuesday, August 23, 2022
Homeକସ୍ତୁରବା ଆବାସିକ ବିଦ୍ୟାଳୟ କୁନି କୁନି କଳାକାର ଙ୍କ ଦ୍ଵାରା ନାଟକ ପ୍ରଦର୍ଶିତ

କସ୍ତୁରବା ଆବାସିକ ବିଦ୍ୟାଳୟ କୁନି କୁନି କଳାକାର ଙ୍କ ଦ୍ଵାରା ନାଟକ ପ୍ରଦର୍ଶିତ

Sulg :- କସ୍ତୁରବା ଆବାସିକ ବିଦ୍ୟାଳୟ କୁନି କୁନି କଳାକାର ଙ୍କ ଦ୍ଵାରା ନାଟକ ପ୍ରଦର୍ଶିତ
ଶେରଗଡ ବ୍ଲକ ମହୁପଦର ପଞ୍ଚାୟତ ଖମାର ଗ୍ରାମରେ ଥିବା କସ୍ତୁରବା ଆବାସିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କୁନି କୁନି କଳାକାର ଙ୍କ ଦ୍ଵାରା ଏକ ସମାଜଧର୍ମୀ ନାଟକ ବଡପୁଅ କୁଳାଙ୍ଗାର ଡେଈଁଗଲା ଲକ୍ଷ୍ମଣଗାର ମଞ୍ଚସ୍ଥ ହୋଈଯାଈଛି। ଉକ୍ତ ନାଟକ କୁ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଭି.କିର୍ତିଭାସନ ମୂଖ୍ୟ ଅତିଥି ଭାବେ ଯୋଗ ଦେଈ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବିଡିଓ ଶିବାଶିଷ ବରାଳ,ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସ୍କୁଲର ସଭାପତି ତାରିଣୀ ଚରଣ ନାୟକ, ଦୃବ ଚରଣ ନାୟକ, ଆନଦ ଜେନା, ରାମ ଚନ୍ଦ୍ର ନାୟକ ଓ ଜଗନ୍ନାଥ ନାୟକ ଯୋଗ ଦେଈଥିଲେ। ପ୍ରଥମେ ପlରମ୍ଭିକ ଗୀତ ପରିବେଷଣ କରିଥିଲେ l ସ୍କୁଲର ଭିବିନ୍ନ ସମସ୍ୟା ଉପରେ ସମସ୍ତେ  ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଭି.କିର୍ତିଭାସନ ଅବଗତ କରିଥିଲେ l ତାହାର ସମାଧାନ କରିବାକୁ ବିଡିଓ ଶିବାଶିଷ ବରାଳଙ୍କୁ କହିଥିଲି l ସଭାକାଯ୍ୟ ଶେଷ ହେବା ପରେ ନାଟକ ପରିବେଷଣ କରିଥିଲେ କୁନି କୁନି କଳାକାର l କେହିବି ଭାବିନଥିଲେ କୁନି କୁନି ପିଲାମାନେଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ଅତି ଉଚ୍ଚକୋଟୀର ହେବ ବୋଲି l କୁନି କୁନି କଳାକାରକୁ ଥିବା ଅତିଥି ମାନେ ଘୁରି ଘୁରି  ପ୍ରଶଂସା କରିଥିଲେ। ଏହା ସମାଜରେ ପୁଅମାନଙ୍କୁ ଏକ ଶିକ୍ଷା ପ୍ରଦାନ କରିବ l ଯେଉଁ ପୁଅମାନେ ନିଜ ବାପା ଓ ମା ଙ୍କୁ ଅବହେଳା କରୁଛନ୍ତି ତାହା କରିବାକୁ ଭୟ କରିବେ l
ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!