Tuesday, August 23, 2022
Homeଜାତୀୟ ପର୍ଯ୍ୟଟନ ଦିବସ ପାଳନ।

ଜାତୀୟ ପର୍ଯ୍ୟଟନ ଦିବସ ପାଳନ।

ବ୍ରହ୍ମପୁର ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ  ପର୍ଯ୍ୟଟନ ଭାରତ ତରଫରୁ ଜାତୀୟ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି।ଆଜକୁ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।  ଏଥିରେ ତିନୋଟି ପର୍ଯ୍ୟାୟ ରହିଛି ପ୍ରଥମ ପର୍ଯ୍ୟାୟ ରେ କବି ମାନଙ୍କର କବିତା ଆସର,ଦ୍ୱିତୀୟ ପର୍ଯ୍ୟାୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ତୃତୀୟ ପର୍ଯ୍ୟାୟ ରେ ନାଟକ କାର୍ଯ୍ୟକ୍ରମ ରହିଛି ବୋଲି ପର୍ଯ୍ୟଟନ ଭାରତ ର ଉପଦେଷ୍ଟା ନାରାୟଣ ମାହାକୁଡ଼ କହିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟ ରେ କବି ମାନଙ୍କର କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ସ୍ଥାନରୁ ବହୁ କବି ମାନେ ଉପସ୍ଥିତ ରହି କବିତା ପାଠ କରିଥିଲେ।କବିତା ପାଠ ପରେ କବି ମାନଙ୍କର ସଭାପତି ମିହିର ତ୍ରିପାଠୀ ଉପଢୌକନ ସହ ମାନ ପତ୍ର ପ୍ରଦାନ କରିଥିଲେ। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!